
ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳି ବ୍ଲକରେ କିପରି ରହିଛି କରୋନା ସ୍ଥିତି ଓ ଏହାର ମୁକାବିଲା ସହ ଅନ୍ୟାନ୍ୟ ବିଷୟରେ ଆଜି ବ୍ଲକ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭିକେ ପାଣ୍ଡିୟନ୍ ଉପସ୍ଥିତି ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଭିଡିଓ କନଫ୍ରେନସିଂ ଜରିଆରେ ଆଲୋଚନା କରିଛନ୍ତି । ଏଥିରେ ଦିନକୁ ଦିନ ଅଧିକ ପରିମାଣରେ ପରୀକ୍ଷା କରିବା ହେତୁ ସଂକ୍ରମଣ ସଂଖ୍ୟା ଦେଖିବାକୁ ମିଳୁଥିଲେ ମଧ୍ୟ ଧୀରେ ଧୀରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ସୁଧାରିବାରେ ଲାଗିଛି । ବଡଖଣ୍ଡି ପଞ୍ଚାୟତର ସରପଞ୍ଚ କେ.ଦୁର୍ଗା ପ୍ରସାଦ ରାଓ ନିଜେ କରୋନା ପଜିଟିଭ୍ ରହି ମଧ୍ୟ ସୁଚାର ରୂପେ ନିଜେ କାର୍ଯ୍ୟ ତୁଲାଇ ଆସୁଥିଲେ । ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଆଶୁଆରୋଗ୍ୟ କାମନା କରିବା ସହ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ପାଇଁ ବ୍ଲକର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଆଲୋଚନାରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ସରକାରଙ୍କର ସଠିକ୍ କୋଭିଡ୍ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍ ଶିଘ୍ର କରୋନା ଦୂର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ ତାହା ଆଜି ସୁଫଳ ହୋଇଛି । ବ୍ଲକ ଅଞ୍ଚଳର ସରପଞ୍ଚମାନେ କୋଭିଡ୍ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ସରପଞ୍ଚ ପ୍ରୀତି ସାହୁ, ତ୍ରିନାଥ ପାଣିଗ୍ରାହୀ, ଉମାଶଙ୍କର ସାବତ, ଲକ୍ଷ୍ମଣ ଗୌଡ଼, ଭି ରବି, ସହଦେବ ବେହେରା, ମନୋଜ, ସାବତ, ସୁଧାଂଶୁ ସାହୁ, ରୋହିତ ପ୍ରଧାନ, ଏ.ସୁଦର୍ଶନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା