ହିଞ୍ଜିଳିର ବିଭିନ୍ନ ଅନୁଷ୍ଠାନରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୋୖରାଞ୍ଚଳ ସମେତ,ହିଞ୍ଜିଳି ବ୍ଳକ୍ ର ବିଭିନ୍ନ ଗ୍ରାମାଞ୍ଚଳରେ ୭୮ତମ ସ୍ଵାଧୀନତା ଦିବସ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ ଦିବ୍ୟ ଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ସହ ଅଧ୍ଯକ୍ଷା ସରସ୍ଵତୀ ସେଠୀ,ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭିକାରୀ ସାହୁ ,ହିଞ୍ଜିଳି ପୌର ପରିଷଦ କାର୍ଯ୍ୟାଳୟ ଠାରେ ପୋୖର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଙ୍କ ସହ ପୋୖର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶାସନ ଆମ୍ବଗାଁରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଏବଂ ହିଞ୍ଜିଳି ପୁଲିସ ଥାନାରେ ଆଇଆଇସି ଶ୍ରୀନିବାସ ସେଠୀ, ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଶ୍ରୀକାନ୍ତ ସାହୁ, ଜଳ ସମ୍ପଦ ବିଭାଗରେ ସହକାରୀ ନିବାହୀ ଯନ୍ତ୍ରୀ, ଅଗ୍ନିଶମ ବିଭାଗରେ କେନ୍ଦ୍ର ଅଧିକାରୀ ବାଗରାଇ ମୁର୍ମୁ,ଉପ ନିବନ୍ଧକ କାର୍ଯ୍ୟାଳୟରେ ଉପ ନିବନ୍ଧକ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାଶ, ହିଞ୍ଜିଳି ବନାଞ୍ଚଳ ବିଭାଗରେ ଘରମଣି ପାଣିଗ୍ରାହୀ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏସ ଗିରିଧାରୀ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ, ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଅରୁଣ କୁମାର ଖାଡଙ୍ଗା,ସ୍ୱାସ୍ଥ୍ୟ ଓ ପାନୀୟ ଜଳଯୋଗାଣ ଶ୍ରୀଧର ଦାଶ , ହିଞ୍ଜିଳି ଡାକଘର, ଟିପିଏସ ଓଡିଏଲ କାର୍ଯ୍ୟାଳୟ, ତ୍ରିରଙ୍ଗା ସେବା ସଂଘ ,ହିଞ୍ଜିଳି ପ୍ରେସକ୍ଳବରେ ବରିଷ୍ଠ ସାମ୍ବାଦିକ ଦ୍ବିତୀକୃଷ୍ଣ ପଣ୍ଡା,ବିଭିନ୍ନ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ମଧ୍ୟ ଜାକଜମାକର ସହ ସ୍ବାଧୀନତା ଦିବସ ପାଳିତ ହୋଇଥିଲା । ପୂର୍ବାହ୍ନ ୧୦ ଘଣ୍ଟ ସମୟରେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ମଟର ସାଇକେଲ ରାଲି ହୋଇଥିଲା । ପୋୖର ପରିଷଦର ସମସ୍ତ ସାହି ବାଇକରେ ବୁଲି ସ୍ବାଧୀନତା ଦିବସର ବାର୍ତ୍ତା ଦେଇ ହର ଘର ତ୍ରିରଙ୍ଗାର ନାର ଦେଇଥିଲେ । ସେହିପରି ବିଭିନ୍ନ ପଞ୍ଚାୟତସ୍ତରରେ ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତେକ ବ୍ୟବସାୟୀକ ଅନୁଷ୍ଠାନ ଏବଂ ଘର ମାନଙ୍କରେ ସବୁଠି ତ୍ରିରଙ୍ଗା ପତାକା ଲାଗିଥିବା ଦେଖିବାକୁ ମିଳିଥିଲା । ଅଟୋ ୟୁନିୟନ ପକ୍ଷରୁ ମଧ୍ୟ ଆଜି ବସ୍ ଷ୍ଟାଣ୍ଡ ଠାରେ ପତାକା ଉତ୍ତୋଳନ କରି ସମସ୍ତ ଅଟୋ ଚାଳକ ନିଜ ନିଜ ଅଟୋରେ ଆର ଏମ ସି ଠାରୁ ବାହାରି ବଇଞ୍ଚବଣିଆ ପୂର୍ତ୍ତ ଡାକ ବଙ୍ଗଳା ପଯ୍ୟନ୍ତ ଏକ ରାଲିରେ ବାହାରି ଥିଲେ । ହିଞ୍ଜିଳିକାଟୁ ବ୍ଲକ୍ ଅଫିସ ପରିସରରେ ଏକ ତ୍ରିରଙ୍ଗା ମେଳା ର ଷ୍ଟଲ୍ ଖୋଲାଯାଇଥିଲା।
ରିପୋର୍ଟ:-ରଜତ ପଟ୍ଟନାୟକ