

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ସଞ୍ଜୟ ମେମୋରିଆଲ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି (ଏସଏମଆଇଟି)ଦ୍ୱାରା ପରିଚାଳିତ ହିଞ୍ଜିଳିକାଟୁରେ ଥିବା ବୃନ୍ଦାବନ ନାୟକ ସ୍ମାରକୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୭୧ତମ ଜନରାଜ୍ୟ ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସଏମଆଇଟି ର ଯୁଗ୍ମ ସଚିବ ପ୍ରମୋଦ କୁମାର ପଣ୍ଡା ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଜନରାଜ୍ୟ ଦିବସରେ ବିଦ୍ୟାଳୟର ବିଦ୍ୟାର୍ଥିମାନେ କିପରି ଜାତୀୟ ସ୍ତରରେ ସ୍ଥାନ ପାଇବେ ସେ ଦିଗରେ ଅଧ୍ୟୟନରତ ହେବାକୁ ପରାମର୍ଶ ଦେଇଥିଲେ ମୁଖ୍ୟ ଅତିଥି । ବିଜେଡି ନେତା ତଥା ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶିକ୍ଷାପ୍ରତି ଆହୁରି ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାବେ ଚନ୍ଦ୍ର ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ । ଶେଷରେ ବିଦ୍ୟାର୍ଥୀକୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


