



ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଙ୍କୁ ବିଦାୟ ସମ୍ବର୍ଦ୍ଧନା ଆମ ସଂସ୍କୃତି ଓ ପରମ୍ପରା ଅନୁସାରେ ଦିଆଯାଇଛି ।ଅଧ୍ୟକ୍ଷ ଅରୁଣ କୁମାର ଖାଡେଙ୍ଗା ଯୋଗଦେଇ ମହାନ୍ତି ଙ୍କ ସାଂଗଠାନିକ ଦକ୍ଷତା ,ଦକ୍ଷ ସାହିତ୍ୟିକ ,ଜଣେ ଛାତ୍ର ବତ୍ସଲ ପ୍ରାଧ୍ୟାପକ ଥିଲେ ବୋଲି ବକ୍ତବ୍ୟ ରଖିଥିଲେ ତତ୍ ସହିତ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଡ. କେଶବ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହି ବିଭାଗର ଛାତ୍ର ଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା ,ମହାନ୍ତି ସାର୍ ଙ୍କ ପଢ଼ାଇବା ଶୈଳୀ ରେ ଯେଉଁ ନାଟକୀୟତା ଯାହା ଆମ ହୃଦୟକୁ ଛୁଇଁ ଥାଏ ବୋଲି କହିଥିଲେ ।ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଟିକାବାଲି କଲେଜ ରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ,ସେ ତାଙ୍କ ବକ୍ତବ୍ୟରେ ଏ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ଙ୍କ ମୁଠାଏ ସ୍ନେହ, ଅଞ୍ଜୁଳାଏ ମମତା ମୋ ହୃଦୟ ପଠା ରେ ସାଇତା ହୋଇ ରହିବ ବୋଲି କହିଥିଲେ ।ବିଭାଗୀୟ ମୁଖ୍ୟ ଅଧ୍ୟାପକ ଜଗନ୍ନାଥ ମହାପାତ୍ର କାର୍ଯକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଅଧ୍ୟାପକ ଅନିଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ସୁଦର୍ଶନ ରଇତ, ଅଧ୍ୟାପିକା ସଙ୍ଗୀତା ମିଶ୍ର, ଅଧ୍ୟାପିକା ଭାରତୀ ସାହୁ, ଅଧ୍ୟାପିକା ସୋନାଲି ମିଶ୍ର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ପରିଶେଷରେ ବିଭାଗର ନୂତନ ଅଧ୍ୟାପିକା ଭାବେ ଯୋଗ ଦେଇଥିବା ବର୍ଷାରାଣୀ ଗୌଡ଼ଙ୍କୁ ସ୍ଵାଗତ କରାଯାଇଥିଲା। ଛାତ୍ର ରାଜେଶ କୁମାର ପାତ୍ର, କାହ୍ନୁ ଚରଣ ପାତ୍ର, ଆକାଶ ସାହୁ, ଛାତ୍ରୀ ରାଧାମଣୀ, ଦିପା, ଶୁଭସ୍ମିତା, ପ୍ରାଚୀ, ଶ୍ରୀୟା, ପ୍ରିୟଙ୍କା,କାଜଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରିପୋର୍ଟ:- ରଜତ ପଟ୍ଟନାୟକ