ହିଞ୍ଜିଳି କାଟୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ହିଞ୍ଜିଳି କାଟୁ ପୋୖରାଞ୍ଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟମ ନ୍ଦିରରେ ପ୍ରତେକ ବର୍ଷ ପରିଚାଳିତ ଶିକ୍ଷା ଚଳିତ ବର୍ଷ ୨୦୨୪-୨୫ରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କମିଟିର ପରିଚାଳନା ସମିତିର ସଭାପତି ଦ୍ବିତୀକୃଷ୍ଣ ସାବତଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱୟଂ ଶାସିତ ବିଜ୍ଞାନ ମହା ବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ସୁପ୍ରିୟା ଗୁପ୍ତା ଯୋଗ ଦେଇ ଜ୍ଞାନବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ । ଏହି ଆୟୋଜିତ ମେଳାରେ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ରେ ୧୮ଜଣ ବିଚାରପତି ଭାବେ ଯୋଗଦାନ କରି ଶିଶୁ ମାନଙ୍କର ପ୍ରକଳ୍ପ, ପତ୍ରବାଚନ ଓ ପ୍ରୟୋଗକୁ ମୂଲ୍ୟାଙ୍କନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଜ୍ଞାନ ବିଜ୍ଞାନ ମେଳାର ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର ମିଶ୍ର ଯୋଗ ଦାନ କରି ଶିଶୁ ମାନଙ୍କୁ ଜ୍ଞାନ ବିଜ୍ଞାନ ମେଳା ଦ୍ୱାରା ପିଲାମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ଘଟିବାରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚଣ୍ଡୀ ପ୍ରସାଦ ବେହେରା ସ୍ୱାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କ ପରିଚିତ ପ୍ରଦାନ କରିଥିଲେ ।ପରିଚାଳନା ସମିତିର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ସେବାବ୍ରତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ପରିଚାଳନା ସମିତିର ସମସ୍ତ ସଦସ୍ୟ ,ଗୁରୁଜୀ/ଗୁରୁମା,ଅଭିଭାବକ/ଅଭିଭାବିକା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଗଛ ରୋପଣ କରାଯାଇଥିଲା ।
ରିପୋର୍ଟ -ରଜତ ପଟ୍ଟନାୟକ