


ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ବିଡ଼ିଓଙ୍କ ଘୋଷଣା ଅନୁଯାୟୀ ତା ୨୯/୦୬/୨୦୨୩ ରିଖ ଗୁରୁବାର ସକାଳ ୧୦ ଘଟିକା ସମୟରେ ହିଞ୍ଜିଳିକାଟୁ ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର ନିଯୁକ୍ତି ଓ ପରମର୍ଶ ଶିବିର ଅନୁଷ୍ଠିତ ହୋଯାଇଛି I ଏହି ନିଯୁକ୍ତି ଓ ପରାମର୍ଶ ଶିବିରରେ ମୋଟ ୨୪୦ ଜଣ ଯୁବକ ଯୁବତୀ ନିଜକୁ ପଞ୍ଜିକରଣ କରିବା ସହ ମୋଟ ୧୧୦ ଜଣ ପ୍ରାର୍ଥୀ ଆସିଥିବା ବିଭିନ୍ନ ନିଯୁକ୍ତି ଓ ତାଲିମ ପ୍ରଦାନ କାରୀ ସଂସ୍ଥା ଦ୍ୱାରା ମନୋନୀତ ହୋଇଛନ୍ତି I ନିଯୁକ୍ତି ଓ ତାଲିମ ପ୍ରଦାନ କାରୀ ସଂସ୍ଥା ମଧ୍ୟରେ ASD Jajpur, SBI ଲାଇଫ, Black Panthar ,Chhatrapur, JRG , ଖୋର୍ଦ୍ଧା, Red Tech , Conect Solution , hyderabad , VIP, ଖୋର୍ଦ୍ଧା ଆଦି ସାତ ଗୋଟି ସଂସ୍ଥା ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ ପଂଚାୟତ ସମିତି ଅଧ୍ୟାକ୍ଷା ଶ୍ରୀମତୀ ସରସ୍ବତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ମଣ୍ଡଳ ଉନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା ସଭାପତିତ୍ୱ କରିଥିଲେ I ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ଭୋଳ, ସରପଞ୍ଚ ନନ୍ଦିକ, ଶ୍ରୀ କାଳିଆ ବେହେରା, ସମିତି ସଭ୍ୟ ଧୋବାଡି ପଂଚାୟତ ଯୋଗ ଦେଇଥିଲେ I ଓରମାସ ଜିଲ୍ଲା ଆକାଉଣ୍ଟାଣ୍ଟ ରାଜେନ୍ଦ୍ର ପଟ୍ଟନାୟକ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୋଶଳ ଯୋଜନା ବିଷୟ ରେ ଆଲୋକପାତ କରିଥିବା ବେଳେ ଶ୍ରୀ ଅରୁଣ କୁମାର ପ୍ରଧାନ, ଅତିରିକ୍ତ ମଣ୍ଡଳ ଉନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ହିଞ୍ଜିଳିକାଟୁ ବିଡ଼ିଓ ଜଣାଇଛନ୍ତି I
ରିପୋର୍ଟ : ରଜତ ପଟ୍ଟନାୟକ

