ହିଞ୍ଜିଳି ପୌର ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ଗତକାଲି ୩୧ ଅଗଷ୍ଟ ଶନିବାର ଦିନ ପୌର ପରିଷଦ ହିଞ୍ଜିଳିକାଟୁ ପକ୍ଷରୁ ଭାରତ ସ୍ବାୟତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶନିବାର ପୂର୍ବାହ୍ନରେ ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ପୌରାଧ୍ଯକ୍ଷ ସୁବାସ ଚନ୍ଦ୍ର ପୋଲେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାୟତ ଶାସନ ଦିବସ ପାଳନର ଆଭିମୁଖ୍ୟ ଓ ପୌରାଞ୍ଚଳରେ ସମ୍ପାଦିତ ହୋଇଥିବା ୯ଟି ଉନ୍ନୟନ ପ୍ରକଳ୍ପ ସମ୍ବନ୍ଧରେ ପୌରାଧ୍ଯକ୍ଷ ବକ୍ତବ୍ଯ ରଖୁଥିଲେ । ପରେ ବଇଞ୍ଚବଣିଆ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ ହୋଇଥିଲା । ଏହି ଆୟୋଜିତ ରାଲିରେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ କଲେଜର ଏନସିସି, ସ୍କାଉଟ, ଯୁବ ରେଡକ୍ରସ୍ କ୍ୟାଡେଟ ମାନେ ଅଂଶ ଗ୍ରହଣ କରିଥିଲେ ।ଏହି ରାଲିରେ ହିଞ୍ଜିଳି ତହସିଲଦାର ଭିକାରୀ ସାହୁ, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀଙ୍କ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରିମଳ, କଠିନ ଓ ବର୍ଜ୍ୟବସ୍ତୁ, ଏକକ ବ୍ୟବହାର ପ୍ଲାଷ୍ଟିକ, ଗ୍ରେ ୱାଟର ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ସଚେତନତା ଜାଗରଣ କରିଥିଲେ । ପୌର କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଫେଇ ଭଉଣୀ, ଭାଇ, ସ୍ବଚ୍ଛ ସାଥି, ସୁପରଭାଇଜର ପ୍ରମୁଖଙ୍କ ସମେତ ୬୫ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, କରାଯାଇଥିଲା । ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ମୁତ୍ରାଶ୍ରୟ ଏବଂ ମିଶନ ଶକ୍ତି ଗୃହ ସହିତ ପୌରାଞ୍ଚଳର ୫ଟି ପୃଥକ ସ୍ଥାନରେ ଧୂସର ଜଳ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ପରେ ପୂର୍ବାହ୍ନ ୧୧ଘଣ୍ଟ ସମୟରେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ବୃକ୍ଷରୋପଣ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟ ସନ୍ଧ୍ୟାରେ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଅତିଥି ଭାବେ ଭାବେ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ପୌରାଧ୍ଯକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ୍ ବି.ଡି. ଓ ଦିବ୍ୟ ସ୍ମୃତି ରଞ୍ଜନ ଦେଓ,ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ଓ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ଉପାଧ୍ଯକ୍ଷା ସୁନିଲ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସଙ୍ଗୀତ, ବକୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର ୨୪ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ମାନପ‌ତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ପବିତ୍ର ମୋହନ ପାଣିଗ୍ରାହୀ, ଦେବାନ ବାନନ୍ଦ ମହାପାତ୍ର, ସଞ୍ଜୟ କୁମାର ପଣ୍ଡା, ନୀଳମଣି ପଟ୍ଟନାୟକ, ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ପରିଷଦ ବୃନ୍ଦ, ପ୍ରାକ୍ତନ ନଗରପାଳ, ଉପନଗରପ କାଉନସିଲର, ପୌର କର୍ମଚାରୀ ଓ ସହରର ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର କୁମାର ମିଶ୍ର ପରିଚାଳନା କରିଥିଲେ ।

ରିପୋର୍ଟ:-ରଜତ ପଟ୍ଟନାୟକ