



ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ନେତାଜୀ କଲ୍ୟାଣିମଣ୍ଡପ ଠାରେ ମଙ୍ଗଳବାର ଦିନ ବ୍ଳକ୍ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଗାଙ୍ଗୀ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ବିଡ଼ିଓ ଦିବ୍ୟ ସ୍ମୃତି ରଞ୍ଜନ ଦେଓ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା,ଶିଶୁ ବିକାଶ ମଙ୍ଗଳ ଅଧିକାରିଣୀ ପଦ୍ମିନୀ ସାହୁ,ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ,ଉପାଧ୍ୟକ୍ଷା ଶ୍ରୀମତୀ ସୁଚିତ୍ରା ପଣ୍ଡା ,ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ସେଠୀ, ଆଇନଜୀବୀ ଅରୁଣ କୁମାର ଶତପଥୀ , ଜିଲ୍ଲା ସ୍ତରୀୟ ତାଲିମ ଦାତା କୃଷ୍ଣଚନ୍ଦ୍ର ବେହେରା,ବିଧାୟକଙ୍କ ହିଞ୍ଜିଳି ନୋମିନି ପ୍ରତିନିଧି ପ୍ୟାରୀମୋହନ ପାଢ଼ୀ ଯୋଗ ଦେଇ ଦୀପ ପ୍ରଜ୍ବଳନ କରିଥିଲେ । ମହିଳାଙ୍କ ଉପରେ ହେଉଥିବା ହିଂସା,ମହିଳା ମାନଙ୍କ ଲିଙ୍ଗଗତ ଅଧିକାର, ମହିଳା ଅଧିକାର ଆଇନ ଏବ ସୁରକ୍ଷା ବ୍ୟବସ୍ତା, ଶିକ୍ଷା ଓ ଚାକିରୀ ଅଧିକାର,ଭୁଣ ଅତ୍ୟା ରୋକିବା, ମାତୃ ସ୍ୱାସ୍ଥ୍ୟ ଅଧିକାର ମହିଳା ଓ ପୁରୁଷ ମଧ୍ୟରେ ସମାନ ଅଧିକାର, ଘରୋଇ ହିଂସା, ବାଲ୍ୟ ବିବାହ, ନାରୀ ନିର୍ଯ୍ୟାତନା ସମେତ ଆଇନ ସଚେତନ ଉପରେ ଅତିଥିମାନେ ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ବ୍ଳକ୍ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା ଦିଦି, ସ୍ୱୟଂ ସହାୟକ, ସରପଞ୍ଚ ସମିତି ସଭ୍ୟ ସଭ୍ୟା, ସଖୀ ସହେଲି, ପ୍ରମୁଖ ଉପସ୍ଥିତ ଥିଲେ । ପରେ ଛୋଟ ଛୋଟ ଶିଶୁ ମାନଙ୍କୁ ନେଇ ଏକ ନୃତ୍ୟ ମାଧ୍ୟମରେ ସଚେତନ ଓ ଭାରତ ଲୀଳା ,ସୁଭଦ୍ରା ପରାୟଣ ମାଧ୍ୟମରେ ମହିଳା ମାନଙ୍କୁ କେଉଁ ଭଳି ସୁରକ୍ଷା ଆଇନ ତରଫରୁ ସଚେତନ କରାଯାଇଥିଲା । ଆସିଡିଏସର ସମସ୍ତ ସୁପ୍ରଭାଇଜର ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ:-ରଜତ ପଟ୍ଟନାୟକ