ହିନ୍ଦୋଳ(ସମୃଦ୍ଧଓଡିଶା)-ବାତ୍ୟା ଦାନା କୁ ନେଇ ରାଜ୍ୟ ସରକାର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ନେଇ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇଦେବା ସହ ଜିରୋ କାଜୁଆଲଟି ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦାନା ବାତ୍ୟାକୁ ଗୁରୁତର ସହ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ହିନ୍ଦୋଳ ଉପଖଣ୍ଡ ପ୍ରଶାସନର ନିର୍ଦ୍ଦେଶରେ ହିନ୍ଦୋଳ ର ସମସ୍ତ ପଞ୍ଚାୟତସ୍ତରୀୟ ଆଶ୍ରୟସ୍ଥଳ ନିରୂପଣ କରି ସରପଞ୍ଚଙ୍କ ଦ୍ୱାରା ବିଭିନ୍ନ ଆଶ୍ରୟସ୍ଥଳକୁ ନେଇ ଲୋକମାନଙ୍କୁ ରଖାଇଥିଲେ। ଏହି ପରିପ୍ରେକ୍ଷୀରେ ଗଣ୍ଡାନାଳୀ ପଞ୍ଚାୟତରେ ସରପଞ୍ଚ ସୁନିଲ୍ କୁମାର ସ୍ୱାଇଁଙ୍କ ଦ୍ୱାରା ୩ ଗୋଟି ଆଶ୍ରୟସ୍ଥଳ କରାଯାଇଥିଲା। କଚ୍ଚା ଚାଳଘର ଥିବା ଲୋକମାନଙ୍କୁ ସେହି ଆଶ୍ରୟସ୍ଥଳ ଗୁଡିକରେ ରଖାଯାଇ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। କାର୍ଯ୍ୟ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ୨୩ରିଖ ଠାରୁ ଆରମ୍ଭ କରି ୨୫ରିଖ ପର୍ଯ୍ୟନ୍ତ ସରପଞ୍ଚ ପ୍ରତ୍ୟେକ ଆଶ୍ରୟସ୍ଥଳକୁ ବୁଲି ଲୋକମାନଙ୍କର ଭଲମନ୍ଦ ବୁଝିଥିଲେ। ସେହିପରି ବାଉଁଶପୋଖରୀ ପଞ୍ଚାୟତରେ ସରପଞ୍ଚ ରଣଜିତ୍ ପ୍ରଧାନଙ୍କ ଦ୍ୱାରା ୪ ଗୋଟି ଆଶ୍ରୟସ୍ଥଳ କରାଯାଇଥିଲା । କଚ୍ଚା ଚାଳଘର ଥିବା ଲୋକମାନଙ୍କୁ ନେଇ ସେହି ଆଶ୍ରୟସ୍ଥଳ ଗୁଡିକରେ ରଖାଯାଇଥିଲା । ସେମାନଙ୍କୁ ଶୁଖିଲା ଖାଦ୍ୟ ଦେବା ସଙ୍ଗେ ସଙ୍ଗେ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଥିଲା। କାର୍ଯ୍ୟ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ୨୩ରିଖ ଠାରୁ ଆରମ୍ଭ କରି ୨୫ରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଆଶ୍ରୟସ୍ଥଳକୁ ବୁଲି ଲୋକମାନଙ୍କର ଭଲମନ୍ଦ ସରପଞ୍ଚ ବୁଝିଥିଲେ। ସେହିପରି ୯ ଏବଂ ୧୦ ୱାର୍ଡ୍ ନଂ ରେ ଲୋକମାନଙ୍କ ପାଇଁ କରାଯାଇଥିବା ଆଶ୍ରୟସ୍ଥଳକୁ ୱାର୍ଡ୍ ସଭ୍ୟା ସବିତା ବେହେରା ଯାଇ ଲୋକମାନଙ୍କ ଭଲ ମନ୍ଦ ବୁଝିବା ସହ କଣ କଣ ଆବଶ୍ୟକତା ରହିଛି ଲୋକମାନଙ୍କୁ ପଚାରି ବୁଝିଥିଲେ। ସେହିପରି ପୂର୍ବରୁ ହୋଇଥିବା ବାତ୍ୟା ଗୁଡିକ ସମୟରେ ନିର୍ବାଚିତ ପ୍ରତିନିଧି ଓ ଏନଏସି ପ୍ରଶାସନ ମିଳିତଭାବରେ ବାତ୍ୟାମାନଙ୍କୁ ସାମ୍ନା କରିଥିବାବେଳେ ବାତ୍ୟା ”ଦାନା ” ରେ ହିନ୍ଦୋଳ ଏନଏସି ନିର୍ବାହୀ ଅଧିକାରୀ ଆଲଫl ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହିନ୍ଦୋଳ ଏନଏସି କର୍ମଚାରୀମାନେ ଅଦ୍ଭୁତପୂର୍ବ ପ୍ରସ୍ତୁତି ଓ ସତର୍କତା ଅବଲମ୍ବନ କରିଥିଲେ!ଏହି ସଫଳତା ପାଇଁ ଦାୟିତ୍ବ ରେ ଥିବା ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜନସାଧାରଣ କୃତଜ୍ଞତା ଜ୍ଞାପନ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର