



ହିନ୍ଦୋଳ(ସମୃଦ୍ଧଓଡିଶା)ସାରା ଭାରତରେ ଆଜି ପାଳନ ହେଉଛି ୭୮ତମ ସ୍ୱାଧୀନତା ଦିବସ!ଏହି ପରିପେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ବହୁତ ଧୁମଧାମରେ ପାଳନ ହୋଇଛି ସ୍ୱାଧୀନତା ଦିବସ!ଆଜିର ଏହି ଉପଖଣ୍ଡ ସ୍ତରୀୟ ଦିବସରେ ମୁଖ୍ୟଅତିଥି ଭାବରେ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ ଯୋଗଦେଇ ଅଭିବାଦନ ଗ୍ରହଣକରି ପତ୍ତାକା ଉତ୍ତୋଳନ କରିଥିଲେ!ଆଜି ସକାଳୁ ଉପଖଣ୍ଡ ସୂଚନାବିଭାଗ ତରଫରୁ ପ୍ରଭାତଫେରି, ରାମଧୂନ ଗାନ କରାଯିବାପରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ବ୍ଲକ ଅଧ୍ୟକ୍ଷl, ଆରକ୍ଷୀଅଧିକାରୀଗଣ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ସ୮.୪୫ରେ ଉପଜିଲ୍ଲାପାଳ ସ୍ଥାନୀୟ ମିଳିତ ପ୍ୟାରେଡରେ ଯୋଗଦେଇ ଅଭିବାଦନ ଗ୍ରହଣ କରି ନିଜ ବହୁମୂଲ୍ୟ ଅଭିଭାଷଣରେ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ମହାମନୀଷୀ, ବରପୁତ୍ର ସହିଦ ମାନଙ୍କ ଗୁଣାବଳୀର ସ୍ମୃତିଚାରଣ କରିବାସହ ସମସ୍ତେ ଏକଜୁଟ ରହି ଭାଇଚାରା, ଶାନ୍ତିଶୃଙ୍ଖଳା ଓ ଏକତା ବଜାୟରଖି ଏକ ଉର୍ନ୍ନତ ସମାଜ ଗଠନ ନିମନ୍ତେ ଆହ୍ୱାନ ଦେଇଥିଲେ!ଆଜିର ଏହି ଉତ୍ସବରେ ସମସ୍ତ ପ୍ରଶାସନିକ ଅଧିକାରୀ, ଆରକ୍ଷୀଅଧିକାରୀ, ବ୍ଲକ ଅଧ୍ୟାକ୍ଷ୍ୟା, ସାମ୍ବାଦିକ, ଆଇନଜୀବୀ ଓ ବରିଷ୍ଠନାଗରିକ,ଜନସାଧାରଣ ଯୋଗଦେଇଥିବାବେଳେ ୨୨ଟି ବିଭିନ୍ନ ସ୍କୁଲ, କଲେଜ, ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦଳ ପ୍ୟାରେଡରେ ଭାଗନେଇଥିଲେ!ଶେଷରେ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ପ୍ୟାରେଡରେ ପ୍ରଥମସ୍ଥାନ ପାଇଥିବା ହିନ୍ଦୋଳହାଇସ୍କୁଲ ଏନ ସି ସି ଟିମ ସହ ବିଭିନ୍ନ ପ୍ରତିଯୋଗିତା,ବିଭିନ୍ନ କ୍ଷେତ୍ରରେ କୃତିତ୍ୱଅର୍ଜନ କରିଥିବା ଛାତ୍ରଛାତ୍ରୀ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିଥିଲେ!ସେହିପରି ହିନ୍ଦୋଳ ସାମ୍ବାଦିକସଂଘ କାର୍ଯ୍ୟାଳୟରେ ସଂଘ ସଭାପତି ସୁଶାନ୍ତ ପତିଙ୍କ ଦ୍ୱାରା ପତାକା ଉତ୍ତଳନ କରାଯାଇଥିବା ବେଳେ ଅମଲାପଡା ବିଦ୍ୟାଳୟରେ ବିଦ୍ୟାଳୟର ଚେୟାରମ୍ୟାନ ପ୍ରକାଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ପତାକା ଉତ୍ତଳନ କରାଯାଇଥଲା , ହିନ୍ଦୋଳ ବ୍ଲକରେ ବ୍ଲକ ଅଧ୍ୟକ୍ଷା ଏମ ବିଜୟିନୀ ,ହିନ୍ଦୋଳ ସିଭିଲ କୋର୍ଟରେ ସବଜଜ ଶ୍ରୀମତୀ ରୋଜି ତ୍ରିପାଠୀ ଙ୍କ ଦ୍ୱାରା ପତାକା ଉତ୍ତଳନ କରାଯାଇଥିବା ବେଳେ , ତହସିଲ ଅଫିସରେ ତହସିଲଦାର ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସେଠି ,ହିନ୍ଦୋଳ ଥାନାରେ ଥାନା ଅଧିକାରିଣୀ ଶ୍ରୀମତୀ ଚାରୁଲତା ବେହେରା ଏବଂ ହିନ୍ଦୋଳ ଉପଖଣ୍ଡ କାରାଗାର ରେ ସ୍ୱରସ୍ବତୀ ବେହେରାଙ୍କ ଦ୍ୱାରା ପତାକା ଉତ୍ତଳନ କରାଯାଇ 78 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା!ସେହିପରି ବିଭିନ୍ନ ସ୍କୁଲ, କଲେଜ, ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତ୍ତାକା ଉତ୍ତୋଳନ କରାଯିବା ସହ ଜାତୀୟସଂଗୀତ ଗାନ କରାଯାଇ ମିଷ୍ଠାର୍ନ ବଣ୍ଟନ କରାଯାଇଥିଲା!!
ରିପୋର୍ଟ : ରଜତ ମହାପାତ୍ର