ହିନ୍ଦୋଳ କଲେଜ ଛାତ୍ର ସଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ପ୍ରାର୍ଥୀଙ୍କୁ ବିଜେଡ଼ର ସମ୍ବର୍ଦ୍ଧନା

ଢେଙ୍କାନାଳ (ଶୁଭମ ପାଣି) ଗତକାଲି ଢ଼େଙ୍କାନାଳ ଜିଲ୍ଲା ବିଜେଡି ପ୍ରଶିକ୍ଷଣ ଶିବିରରେ ହିନ୍ଦୋଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ଦ୍ୱନ୍ଦରେ ବିଜୟୀ ସଭାପତି ପରେଶ କୁମାର ମହାପାତ୍ର,ଉପସଭାପତି ଭାବେ ଶକ୍ତିରୂପା ସିଂହଦେଓ,ସାଧାରଣ ସଂପାଦକ ପରେଶ ସାମଲ, ଯୁଗ୍ମ ସଂପାଦକ ସୌମ୍ୟରଞନ ସେଠୀ, କ୍ରୀଡା ସଂପାଦକ ସଂଦିପ କୁମାର ମାଝୀଙ୍କୁ ବିଜେଡି ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ତଥା ଢ଼େଙ୍କାନାଳ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ନୃସିଂହ ଚରଣ ସାହୁ, ରାଜ୍ୟ ସମବାୟ ନିଗମ ଅଧକ୍ଷ୍ୟ ଅକ୍ଷୟ ମହାନ୍ତି, ବିଧାୟିକା ସୀମାରାଣୀ ନାୟକଙ୍କ ସମେତ ସମସ୍ତ ନେତୃମଣ୍ଡଳୀ ନିର୍ବାଚିତ ପ୍ରତିନିଧି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଧିତ କରିଥିଲେ । ଢ଼େଙ୍କାନାଳ ଜିଲ୍ଲା ଛାତ୍ର ସଭାପତି ସୂରଜ ମହାପାତ୍ର, ହିନ୍ଦୋଳ ବ୍ଲକ ଚେୟାରମ୍ୟାନ ପ୍ରିୟ ରଞ୍ଜନ ମାହୁନ୍ତ, ବ୍ଲକ ସଭାପତି ବରୁଣ ସର, ରାଜ୍ୟ ଯୁବ ସଂପାଦକ ଦେବୀପ୍ରସାଦ ପଟ୍ଟନାୟକ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ସର, ବ୍ଲକ ଯୁବ ସଭାପତି ଦୁଃଖବନ୍ଧୁ ପ୍ରଧାନ, ଏନଏସି ସଭାପତି ଗୋବିନ୍ଦ ବେହେରା, ଯୁବ ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ, ସୋସିଆଲ ମିଡିଆ କୋଡିନେଟର ପ୍ରଶାନ୍ତ ଦାସ, ଛାତ୍ର ସଭାପତି ଆଶୁତୋଷ ମାଝୀ, ଏନଏସି ଛାତ୍ର ସଭାପତି ଶ୍ୟାମଲ ଚନ୍ଦ୍ର ଜେନା, ଶ୍ରୀକାନ୍ତ ବାରିକ, ଶୁଭେନ୍ଦୁ ଶେଖର ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ ।