ହିନ୍ଦୋଳ ବ୍ଲକର କଳା ଓ ସଂସ୍କୃତି ସଂଘର ପୁନର୍ଗଠନ ଓ ଉପସଭାପତି ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ କର୍ମକର୍ତ୍ତା…

ଢେଙ୍କାନାଳ (ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକର କଳା ଓ ସଂସ୍କୃତି ସଂଘର ପୁନର୍ଗଠନ ଓ ଉପସଭାପତି ନିର୍ବାଚନ ପାଇଁ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ସ୍ଵଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଦାବୀ ଜଣାଇଛନ୍ତି । ପଞ୍ଜିକୃତ ୧୦୬ ଟି ର ଦଳପତି ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଲଗାତାର ଭାବେ ଦୁଇଥର ଉପସଭାପତି ଥିବା ବିମଳା କୁମାର ବିଶ୍ଵାଳଙ୍କୁ ବାହାର କରାଯାଇ ଅଭୟ କୁମାର ମିଶ୍ରଙ୍କୁ ଉପସଭାପତି ରୂପେ ନିଯୁକ୍ତ କରିବାକୁ ଦାବି ହୋଇଛି । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଭପତି ମଧ୍ୟ ରହିଛନ୍ତି ।