

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପକଣ୍ଠ ଗୋଷାଣୀନୂଆଗାଁ ଥାନା ଅଧିନସ୍ଥ ବିଜୁପୁର ଛକ ନିକଟରେ ଥିବା ହିଲପାଟଣାରେ ଜଣେ ହେରିଟେଜ୍ କ୍ଷୀର(ଡିଲର) ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଏହି ବ୍ୟବସାୟୀ ଜଣକ ଲମ୍ବୋଦର ମୁନି ବୋଲି ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲମ୍ବୋଦରଙ୍କ ଘରେ ପଶି ଲୁଟପାଟ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି । ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିବ ବୋଲି ସୂଚନା ମିଲିଛି । ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ମଧ୍ୟ ଲୁଟ କରିଥିବା କହିଛନ୍ତି କମ୍ପାନୀର କର୍ମଚାରୀ । ସୂଚନା ଅନୁଯାୟୀ ଗତକାଲି ବିଳମ୍ଭିତ ରାତିରେ କ୍ଷୀର ମାଲିକଙ୍କ ଘରକୁ କିଛି ଦୁର୍ବୃତ୍ତ ପଶିଥିଲେ । ବାହାରେ ଲାଗିଥିବା ସିସିଟିଭି ଅନୁଯାୟୀ ରାତି ପ୍ରାୟ ୧୨ଟା ୫୮ ମିନିଟରେ ୪ ଜଣ ଦୁର୍ବୃତ୍ତ ଘର ଭିତରକୁ ଝରକା ଭାଙ୍ଗି ପଶିଥିଲେ । ଘର ଭିତରେ ଉତ୍ପାତ କରିବା ପରେ ରକ୍ତାକ୍ତ କାଣ୍ଡ ଘଟାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସ୍ପି, ଏସଡିପିଓ ପହଞ୍ଚିଛନ୍ତି । ଘର ଭିତରେ ଲାଗିଥିବା ୭ରୁ ଅଧିକ ସିସିଟିଭିର ହାର୍ଡ ଡିସ ବାହାର କରି ନେଇଛନ୍ତି ଦୁର୍ବୃତ୍ତ । ସେପଟେ ବାହାରେ ଲାଗିଥିବା ସିସିଟିଭିକୁ ଦେଖି ପୋଲିସ ତଦନ୍ତ ଚଳାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

