

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହୁଇଲ କ୍ଲବ ପକ୍ଷରୁ ଅନାଥଙ୍କୁ ଆପଣାର କରି ସ୍ନେହ ଶ୍ରଦ୍ଧା ଦେବାର ଅଭିଯାନ ଆରମ୍ଭ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସମାଜରେ ନିଜର ପିତା ମାତାଙ୍କ ପରିଚୟ ଜାଣିନଥିବା ଏବଂ କୌଣସି କାରଣରୁ ପିତା ମାତା ଓ ପରିବାରକୁ ହରାଇଥିବା ଓ ଛାଡି ଅନାଥ ଭାବେ ଜୀବନକୁ ବିତାଉଥିବା ବ୍ୟକ୍ତି ଅନେକ ଅଛନ୍ତି । ସେ ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ । ଏଭଳି ବ୍ୟକ୍ତି ବା ଶିଶୁଙ୍କୁ ଆପଣେଇ ପିତାମାତାଙ୍କ ସ୍ନେହ ଶ୍ରଦ୍ଧା ଦେବା ଭଳି ଏକ ମହତ କାର୍ଯ୍ୟ କରିବାକୁ ଇନେର ହୁଇଲ କ୍ଲବ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି । କ୍ଲବର ସଦସ୍ୟମାନେ ନିଜେ ଜଣେ ଜଣଙ୍କର ଦାୟିତ୍ୱ ନେଇ ଏହି ଅଭିଯାନକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଭିଯାନରେ ଏ ନେଇ ଅନେକ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଶୋଭାଯାତ୍ରା ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରୁ ବାହାରି ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବର ବହୁ ମହିଳା ସଦସ୍ୟଙ୍କ ସହିତ ବହୁ ଛାତ୍ରୀମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




