
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜିର ସମାଜରେ ବୃକ୍ଷ ଠାରୁ ସମସ୍ତେ ଛାଇ, କାଠ ଆଶା କରୁଥିଲା ବେଳେ ବୃକ୍ଷ ଲଗାଇ ତାର ଯତ୍ନ ନେଇ ତାକୁ ବଢାଇବା ପାଇଁ କେହି ପ୍ରସ୍ତୁତ ନୁହଁନ୍ତି, ତେଣୁ ଆଜି “ହେଲ୍ପ ଫର ୟୁ ଫାଉଣ୍ଡେସନ” ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ସରସିଦା ଗ୍ରାମରେ ଲଗାଇ ଥିବା ବୃକ୍ଷର ଯତ୍ନ ନେଇ,ବାଡ କରି ତାକୁ ବଢାଇବା ପାଇଁ ପାଣି ଦେଇ ଗଛକୁ ବଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି | ଏହି କାର୍ଯ୍ୟକ୍ରମରେ ସଭାପତି ମାନସ ରଞ୍ଜନ ଧଳ, ମହାପ୍ରସାଦ ପାତ୍ର, ଅମିତ ପ୍ରଧାନ, ନଗେନ୍ଦ୍ର ବାରିକ, ତପନ କୁମାର ଦେ, ସୁବାଶିଷ ମାନସରଞ୍ଜନ ରାଉଳ, ହରିଚନ୍ଦନ ଦେ, ନାଟୁ ଦତ୍ତ ପ୍ରମୁଖ ଯୋଗ ଦେଇ ଗଛର ସୁରକ୍ଷା ପାଇଁ ବାଢ଼ କରିବା ସହ ସଫେଇ କାର୍ଯ୍ୟକ୍ରମ କରିଥିଲେ ।