ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସଂଧ୍ୟାରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଅନ୍ୟଜଣେ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚି ନାୟକ ପଶ୍ଚିମବଂଗର ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ ଥାନା ଅନ୍ତର୍ଗତ ଆଇଁକୂଲା ଠାରେ ଅନୁଷ୍ଠିତ ହେଉଥିବା ୧୦୫ ଶ୍ରୀ ଶ୍ରୀ ନିଗମାନନ୍ଦ ପରମହଂସଦେବଙ୍କ ଭକ୍ତ୍ ସମ୍ମିଳନୀରେ ଯୋଗ ଦେବାକୁ ଯିବାବେଳେ ହେଟେଲ ଇନରେ ଜଳେଶ୍ୱର ବିଜେଠି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଯୁବନେତା ପ୍ରତିପ କୁମାର ପ୍ରଧାନ, ବିଜୟ କାମିଳା, ସେକ୍ ଅବଦୁଲ ରହିମ୍, ସଂଜିବ ପାଳ, ଅର୍ଚ୍ଚନା ଗିରି, ଅମୂଲ୍ୟ ଦତ୍ତ, ତରଣୀ ଭୂୟାଁ, ଅଧ୍ୟାପକ ସ୍ମୃତିରଂଜନ ଦାସ, ବିଶ୍ୱଭୂଷଣ ଦାସ, ସତ୍ୟଦାସ ମହାପାତ୍ର, ସମରେନ୍ଦ୍ର ପଣ୍ଡା, ହରିଶ ଭୂୟାଁ ପ୍ରମୁଖ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ଜଳେଶ୍ୱରର ସମ୍ପ୍ରତିକ ସ୍ଥିତି ଓ ସୁବର୍ଣ୍ଣରେଖା ନଦୀର ବନ୍ୟା ପ୍ରତିକାର, ଚୋରମରା ସେତୁ ନିର୍ମାଣ, ଜଳେଶ୍ୱରରକୁ ସବଡ଼ିଭିଜନ ଘୋଷଣା, ରାଇବଣିଆ ଦୁର୍ଗର ଖନନ ଓ ବିକାଶ ସଂପର୍କରେ ଆଲୋଚନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା