ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପୌରାଣିକ କଥା ଅନୁଯାୟୀ ପ୍ରାଚୀନ କାଳରେ ହିରଣ୍ୟକଶ୍ୟପ ନାମରେ ଏକ ରାକ୍ଷସ ଥିଲା । ସେହି ସମୟରେ ସେ ବଳବାନ ରାକ୍ଷାସମାନଙ୍କ ମଧ୍ୟରେ ଗୋଟିଏ ଥିଲା । ସେ ଦେବତାଙ୍କୁ ଘୃଣା କରୁଥିଲା । ଭଗବାନ ବିଷ୍ଣୁଙ୍କୁ ସେ ନିଜର ଶତ୍ରୁ ବୋଲି ଭାବୁଥିଲା । ମାତ୍ର ତାର ପୁତ୍ର ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ । ତେଣୁ ସେ ନିଜ ପୁତ୍ରକୁ ମାରିବା ପାଇଁ ଚେଷ୍ଟା କରୁଥିଲେ । ମାତ୍ର ସେ ବିଫଳ ହେଉଥିଲେ । ସେ ଅନ୍ୟ ଏକ ଉପାୟରେ ପ୍ରହ୍ଲାଦକୁ ମାରିବା ପାଇଁ ଯୋଜନା କରିଥିଲେ । ହୋଲିକା ନାମରେ ହିରଣ୍ୟକଶ୍ୟପର ଭଉଣୀ ଥିଲା । ତାକୁ ବରଦାନ ମିଳିଥିଲା ଯେ ସେ ଅଗ୍ନିରେ ଭସ୍ମ ହେବ ନାହିଁ । ଏହି କାରଣରୁ ନିଜ ଭାଇର ଯୋଜନା ଅନୁଯାୟୀ ହୋଲିକା ପ୍ରହ୍ଲାଦକୁ ନେଇ ଅଗ୍ନିରେ ବସିଥିଲା । ମାତ୍ର ସେ ନିଜେ ଭସ୍ମ ହୋଇଗଲେ । କିନ୍ତୁ ପ୍ରହଲ୍ଲାଦ ଜୀବିତ ଥିଲେ । ତେଣୁ ସେହି ଦିନଠାରୁ ଲୋକେ ଏହି ଦିନଟିକୁ ଏକ ପର୍ବ ଭାବେ ପାଳିତ କରିଲେ । ଏହି ପର୍ବକୁ ଅସତ୍ୟ ଉପରେ ସତ୍ୟର ଜୟ ରୂପରେ ପାଳନ କରାଯାଉଛି ।
(ସଖୀ ସାର୍ତ୍ତକୀ, ଭୁବନେଶ୍ୱର )
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା