ଡ଼କ୍ଟରସ ଫୋରମର ସ୍ୱାସ୍ଥ୍ୟ ସଚେତନା କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବାବାଜୀତୋଟା ସାହି ଶ୍ରୀଗୋପାଳଦୀ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫରମର ସମ୍ପାଦିକ ଡ଼ଃ. ଅତୁଲ୍ୟ କୁମାର ପଟ୍ଟନାୟକ, ବରିଷ୍ଠ ରେସଜେ ଡ଼ଃ. ଜେ. ରାମ ରାଓ, କୋଷାଧ୍ୟକ୍ଷ ଡ଼ଃ. ସମରେନ୍ଦ୍ର ସାହୁ ଏବଂ ଡ଼ଃ ଶାଶ୍ଵତୀ ପଣ୍ଡା ଯୋଗଦେଇ ଶିବିର ପରିଚାଳନା କରିଥିଲେ । ଏଥିରେ ୪୦ ଜଣଙ୍କୁ ମଧୁମେହ ଏବଂ ରକ୍ତଚାପ ପରୀକ୍ଷା କରାଯାଇ ମାଗଣା ପରାମର୍ଶ ଦିଆଯାଇଥିଲା । ଅପରାହ୍ନ ୬.୩୦ରେ ଫେରମର ମାସିକ ସ୍ୱାସ୍ଥ୍ୟ ଆଲୋଚନା ଚକ୍ର ପ୍ରଫେସର ପି.ସି ସାହୁଙ୍କ ବାସଭବନ ଠାରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସଭାପତି ଡ଼ଃ ଧବଳେଶ୍ବର ନାହାକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ପି.ସି ସାହୁ ଯୋଗଦେଇ ମନୁଷ୍ୟ ସୁସ୍ଥ ରହିବାରେ ଶରୀର, ମନ ଓ ଖାଦ୍ୟ ଭୂମିକା ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଏବଂ ପୁରାତନ ଚିକିତ୍ସା ପଦ୍ଧତି ଓ ଆଧୁନିକ ଚିକିତ୍ସା ପଦ୍ଧତି ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ଫୋରମର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାରମ୍ଭରେ ପୁଲମ ଠାରେ ସହିଦ ହୋଇଥିବା ବୀର ଜବାନମାନଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଫୋରମର ଗୌରବ ଆଣିଥିବା ବ୍ୟକ୍ତି ବିଶେଷ ଯଥା ଡ଼ଃ ଧବଳେଶ୍ଵର ନାହାକଙ୍କୁ ଏବଂ ବିଗତ ଦିନରେ ମାଉଣ୍ଟଆବୁ ଠାରେ ଅନୁଷ୍ଠିତ ନ୍ୟାସନାଲ କନଫ୍ରେନ୍ସ ମାଇଣ୍ଡ, ବଡି ଓ ମେଡ଼ିସିନ ଭାଗ ନେଇଥିବା ଡ଼ଃ. ସମନେନ୍ଦ୍ର ସାହୁ, ଡ଼ଃ. କିରଣ କୁମାର ଏବଂ ଡ଼ଃ ଲିଳିମା ଦାଶଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା ଏବଂ ଏହି ମାସର ଜନ୍ମଦିନର ଶୁଭେଚ୍ଛା ଡ଼ଃ. ଏସ.ଏନ କରଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା . ଏହି କାର୍ଯ୍ୟକ୍ରମରେ ସଂଘର ବହୁ କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା