ଶେରଗଡ଼ (ସମୃଦ୍ଧ ଓଡ଼ିଶା) ଶେରଗଡ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି କ୍ରମେ ଆମ ରାଜ୍ୟର ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବା ପରେ ସେମାନଙ୍କ ପାଇଁ ଜିଲ୍ଲାର ବିଭିନ୍ନ ଗାଁ ଓ ସହର ମାନଙ୍କରେ ଥିବା ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କ ରହିବା ଖାଇବା ପାଇଁ ବ୍ୟବସ୍ତା କରାଯାଇଛି । ଗଞ୍ଜାମ ପ୍ରଶାସନ ତରଫରୁ ଲୋକମାନଙ୍କ ପାଇଁ ହୋଇଥିବା ଉତ୍ତମ ବ୍ୟବସ୍ଥା ଗୁଡିକର ସେମାନେ କିଛି ବ୍ୟବହାର କରିଛନ୍ତି ଓ କିଛି ଜାଗାରେ ଖାଇବା ଓ ପିଇବାର ଯୋଜନା ବାଟବଣା ଯୋଗୁଁ କିଛି ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ ଦେଖିବାକୁ ମିଳିଥିଲା କିନ୍ତୁ ଡେଙ୍ଗାପଦର ଗ୍ରାମପଞ୍ଚାୟତରେ ଥିବା ସଂଘରୋଧ କେନ୍ଦ୍ରରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି କେନ୍ଦ୍ରରେ ଗ୍ରାମପଞ୍ଚାୟତର ସରପଞ୍ଚ ରାମକୃଷ୍ଣ ପୋଲାଇଙ୍କ ତତ୍ୱବିଧାନରେ ଏଠିର ଲୋକମାନେ ବିଦ୍ୟାଳୟ ପରିସର ସଫା କରି ଝାଡୁ କରିବା ସହ ଅଳିଆ ଆବର୍ଜନା ପକେଇବା ପାଇଁ ଗାତ ଓ ମହିଳା ପାଣି ଯିବା ପାଇଁ ନାଳ ବି ତିଆରି କରିବାର ଦେଖିବାକୁ ମିଳିଥିଲା । ଶେଷରେ ଏହି ଗ୍ରାମପଞ୍ଚାୟତର ସରପଞ୍ଚ ବହୁତ ଭଲ, ଏ ଗ୍ରାମର କେନ୍ଦ୍ର ବହୁତ ଭଲ, ଏଠି ଆମକୁ ଭଲ ରହିବା ଓ ଖାଇବା ବ୍ୟବସ୍ତା ଅଛି ଆମେ ୧୪ କିମ୍ବା ୨୧ ଦିନ ନୁହଁ ଆମେ ନିଜ ଇଚ୍ଛାରେ ୨ ମାସ ହେଲେ ମଧ୍ୟ ରହିବୁ ବୋଲି ସେମାନେ କହିଥିବା ଜଣାପଡିଛି ।
ରିପୋର୍ଟ : ବିପ୍ଳବ ସେଠୀ