ରଣପୁର,(ସମୃଦ୍ଧଓଡିଶା) ରଣପୁରରେ ସର୍ବ ପ୍ରଥମେ ଖୋଲିଥିବା ୟୁକୋ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇ ଯାଇଛି | ୧୯୪୩ ମସିହାରେ କୋଲକାତା ଠାରେ ପ୍ରଥମେ କମରସିଆଲ ବ୍ୟାଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା | ୧୯୭୦ ମସିହାରେ ରଣପୁର ବ୍ଲକର ପ୍ରଥମ ବ୍ୟାଙ୍କ ଭାବେ ଏକ ଟିଣ ଛପର ଘରେ ଆରମ୍ଭ ହୋଇଥିଲା | ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ଏହି ବ୍ୟାଙ୍କ ୫୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରଣପୁରରେ ଲୋକପ୍ରିୟତା ହାସଲ କରି ପାରିଛି ବୋଲି ମ୍ୟାନେଜର ଗଙ୍ଗାଧର ବେହେରା ମତ ଦେଇଛନ୍ତି | ବର୍ତ୍ତମାନ ରଣପୁରରେ ଅନେକ ବ୍ୟାଙ୍କ ଖୋଲିଛି, କିନ୍ତୁ ୫୫ ବର୍ଷ ଧରି ରଣପୁର ଅଞ୍ଚଳ ଅନେକ ବ୍ୟକ୍ତି ୟୁକୋ ବ୍ୟାଙ୍କ ସହ ବାନ୍ଧି ହୋଇ ରହିଛନ୍ତି ବୋଲି ମ୍ୟାନେଜର ମତ ଦେଇଛନ୍ତି | ପ୍ରତିଷ୍ଠା ଦିବସ ଉପଲକ୍ଷେ ଶାଖାକୁ ଆକର୍ଷଣୟ ଭାବେ ସଜାଇବା ସହିତ କେକ କଟା ଯାଇ ବ୍ୟାଙ୍କକୁ ଆସିଥିବା ଗ୍ରାହକଙ୍କୁ ମିଷ୍ଟାନ ବଣ୍ଟା ଯାଇଥିଲା | ବର୍ତ୍ତମାନ ବ୍ୟାଙ୍କରେ ଥିବା ସମସ୍ତ କର୍ମଚାରୀ ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ପାରୁଛନ୍ତି ବୋଲି ମୁଖ୍ୟ ଅତିଥି ବିରଞ୍ଚି ତ୍ରିପାଠୀ ମତ ଦେଇଛନ୍ତି | ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କୁ ନେଇ ଏକ ସଙ୍ଗୀତ ପ୍ରତିଯୋଗିତା କରାଯାଇଥିଲା | ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରକାଶ ମହାରଣା, ଜ୍ୟୋତିମୟୀ ପରିଡା, ଅମ୍ରିତା ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା | ବ୍ୟାଙ୍କର ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ବିଶ୍ୱାଳ, ଅନୁରାଧା ଛୋଟରାୟ, ଦେବାଶିଷ ପାତ୍ର, ମାନସ ରଞ୍ଜନ ତରେଇ, ପୁର୍ଣିମା ସାହୁ, ସୁଦୀପ୍ତ ଗୁଇନ ପ୍ରମୁଖ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ |
ରିପୋର୍ଟ : ରଜତ ମହାପାତ୍ର