ଟିକାବାଲି:(ସମୃଦ୍ଧ ଓଡିଶା)ଟିକାବାଲି ପୁରୁଣା ବସ ଷ୍ଟାଣ୍ଡ ଠାରେ ୟୁଥ ୱାରୀୟାର ଯୁବ ସଂଗଠନ ତରଫରୁ ଜାତୀୟ ଯୁବ ଦିବସ ତଥା ବିବେକାନନ୍ଦ ଜୟନ୍ତୀ ଧୂମଧାମ ରେ ପାଳନ କରାଯାଇଅଛି I ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବିଭାଗ ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ସାମ୍ବାଦିକ କ୍ଷେତ୍ରରେ :ଶ୍ରୀ ଅଶୋକ ମହାନ୍ତି, କୁନା ଦିଗାଳ, ଅକୁଳାନନ୍ଦ ଦିଗାଳ ଅଭିନୟ ପାଇଁ ଶ୍ରୀ ପଞ୍ଚାନନ ପାଣିଗ୍ରାହୀ, ସ୍ମୃତିରଞ୍ଜନ ବେହେରା, ଜଗାକାଳିଆ ବେହେରା, ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠ କବି ଶ୍ରୀ ଦୀନକୃଷ୍ଣ ମହାପାତ୍ର, କବିୟିତ୍ରୀ ଜତିର୍ମୟୀ କହଁର, ଶ୍ରେଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଲତାଞ୍ଜଳି ମହାନ୍ତି,ସେବା କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ରାଜୁ, ନୀଳମାଧଵ ପାତ୍ର, ହରିହର ନାୟକ, ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଶ୍ରୀ ବିନୋଦ ଚନ୍ଦ୍ର ସାହୁ ଓ ଶ୍ରେଷ୍ଠ କଣ୍ଠ ଶିଳ୍ପୀ ଶ୍ରୀ ସନ୍ତୋଷ ଦାଶ,କ୍ରୀଡା କ୍ଷେତ୍ରରେ ଶ୍ରୀ ପ୍ରିତମ ପ୍ରଧାନ ଓ ଅଜିତ ଦଣ୍ଡିଆ , ଶ୍ରେଷ୍ଠ ଯୁବ ସଂଗଠନ ତରଫରୁ ଚକାପାଦ ଯୁବ ଗୋଷ୍ଠୀ, ଶ୍ରେଷ୍ଠ ଅଧ୍ୟାପନା ପାଇଁ ସୁଧାକିରଣ କଲେଜ, ଶଙ୍କରାଖୋଲ ଆଞ୍ଚଳିକ କଲେଜ ଓ ଏ ଏମ ସି ଏସ କଲେଜ, ଶ୍ରେଷ୍ଠ ଶିକ୍ଷାର୍ଥୀ ପାଇଁ ଆଦ୍ୟାଶା ପଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଟିକାବାଲି ସମିତି ଅଧକ୍ଷ ଶ୍ରୀ ଦିଲୀପ କହଁର, ସମ୍ମାନିତ ଅତିଥି ମଧ୍ୟରେ ଟିକାବାଲି ସରପଞ୍ଚ ଶ୍ରୀ କୁନ୍ଦୁରୁ ମଲିକ,ଉପଦେଷ୍ଟା ମଧ୍ୟରେ ଅଧ୍ୟାପକ ଶ୍ରୀ ନରେନ୍ଦ୍ର ଦିଗାଳ, ଶ୍ରୀ ପ୍ରମୋଦ ପାଣିଗ୍ରାହୀ, ଶ୍ରୀ ସନ୍ତୋଷ ନାୟକ, ସଂଯୋଜକ ଶ୍ରୀ ଅରବିନ୍ଦ ମହାପାତ୍ର, ସମ୍ପାଦକ ଶ୍ରୀ କୁମୁଦ ଚନ୍ଦ୍ର ସାହୁ, ସଭାପତି ଶ୍ରୀ ରାଜକିଶୋର ପ୍ରଧାନ,କୋଷାଧକ୍ଷ ଶ୍ରୀ ଜ୍ୟୋତିରାଜ ମହାପାତ୍ର ଓ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ପରିଚାଳକ ତଥା ଉପଦେଷ୍ଟା ଟିକାବାଲି କଲେଜ ଅଧକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି I ଏତଦବ୍ୟତୀତ ୟୁଥ ୱାରୀୟାର ସଦସ୍ୟ ଶ୍ରୀ ନିକୁଞ୍ଜ ସାହୁ, ସୂର୍ଯ୍ୟ ପାତ୍ର, ବିଷ୍ଣୁ ହୋତା, ଜୟ ପ୍ରକାଶ ପାତ୍ର, ଅର୍ଜୁନ ଦିଗାଳ, କେଦାର ଦିଗାଳ, ଲଲାଟ କହଁର, ବାରିକ ବାବୁ, ରୁଦ୍ର ପ୍ରସାଦ ସେଠି, ଦେବାଶିଷ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ I
ରିପୋର୍ଟ:-ରଜତ ପଟ୍ଟନାୟକ