୧୦ମ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଉଦଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉପାନ୍ତ ଅଞ୍ଚଳ ଭାଷା, ସାହିତ୍ୟ, ସଂସ୍କୃତିର ଜାଗ୍ରତ ପ୍ରହରୀ ହୋଇଥିବା ବେଳେ ମହୋତ୍ସବ ଦ୍ୱାରା ସେ ଅଞ୍ଚଳର କଳା, ସାହିତ୍ୟ, ପରମ୍ପରା, ସଂସ୍କୃତି, ପ୍ରତିଭାର ବିକାଶ ହେବା ସହିତ ମେଧା ଓ ମାନବିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ମହୋତ୍ସବର ମୂଳମନ୍ତ୍ର ହେଉ ବୋଲି ୧୦ମ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବର ଉଦଘାଟନୀ ଉତ୍ସବରେ ମତପ୍ରକାଶ ପାଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଶ୍ଚିମବାର୍ଡ ଗ୍ରାମରେ ତଥା ସୁବର୍ଣ୍ଣରେଖା ନଦୀକୂଳରେ ଦୀର୍ଘ ୧୦ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ମହୋତ୍ସବ ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକର ମଧ୍ୟବର୍ତ୍ତୀ ସ୍ଥାନ ହୋଇ ଥିବାରୁ ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ଜନ ସମାଗମ ହୋଇଛି । ଏଥିରେ କମିଟିର ସଭାପତି ରମେଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ମହୋତ୍ସବର ଭିତ୍ତିକୂମୀ ସଂପର୍କରେ କହିଥିଲେ । ଏହାକୁ ଉଦଘାଟନ କରି ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଉପାନ୍ତରେ ମହୋତ୍ସବର ଆବଶ୍ୟକତା ଏବଂ ପ୍ରତିଭା ବିକାଶ ସହିତ ଭାଷା ସଂସ୍କୃତି, ସାହିତ୍ୟ ଓ କଳାର ବିକାଶ ଘଟାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥିଭାବେ ଜଳେଶ୍ୱର ସବ୍ଜେଲର୍ ଅନୁସୟା ଷଡଙ୍ଗୀ ଯୋଗ ଦେଇ ସାମ୍ପ୍ରତିକ ମହୋତ୍ସବ ବନ୍ଧୁତା, ଭାଇଚାରା ସୃଷ୍ଟି କରୁଥିବା ବେଳେ ମାନବିକ ମୂଲ୍ୟବୋଧ ପ୍ରତି ଧ୍ୟାନ ଦେଇ କାର୍ଯ୍ୟକରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତାଭାବେ ପୂର୍ବତନ ଜିଲାପରିଷଦ ସଦସ୍ୟ ବଳରାମ ସାହୁ ଯୋଗ ଦେଇ ଗାନ୍ଧିତୀଙ୍କର ଏକ ପଂକ୍ତି ଉଦ୍ଧାର କରି ସାମୁହିକ ଯୁବଶକ୍ତି କିଛି କାର୍ଯ୍ୟକୁ ଆଗେଇ ନେଲେ ପରବର୍ତ୍ତୀ ସମୟରେ ପରବର୍ତ୍ତୀ ସମୟରେ ଆକୃଷ୍ଟ ହୋଇଥାଏ । ତେଣୁ ଭାରତ ସ୍ୱାଧୀନ ହେଲା ବୋଲି ତାଙ୍କ ମତ ଉଦ୍ଧାର କରିଥିଲେ । ପଶ୍ଚିମବାର୍ଡ ଅଂଚଳର ଜନଶକ୍ତି ଏଭଳି ଏକ ସାମଗ୍ରୀକ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଗ୍ରାମାଞ୍ଚଳରେ ଜନଆଦୃତ ହୋଇଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋରଂଜନ ଦାସ, ଜୀବନବିନ୍ଦୁର ସଂଯୋଜକ ମଧୁସୂଦନ ସେନାପତି, ଏସ୍ ଟିଭିର ଡିରେକ୍ଟର ଅରୁଣ ଜେନା ଓ ବରିଷ୍ଠ ସାମ୍ବାିକ ଅବନୀ ଚାନ୍ଦ ବକ୍ତବ୍ୟ ରଖିଥିଲେ । ୧୦ବର୍ଷ ଧରି ଏପରି ଆୟୋଜନର ମୁଖ୍ୟ ପୁରଧା ବ୍ରଜମୋହନ ପ୍ରଧାନ ଏକ ପଲ୍ଲିପୁର ଗ୍ରାମରେ ୧୦ ଦିନ ଧରି କର୍ମକ୍ଳାନ୍ତ ମଣିଷର ଦୁଃଖ ଲାଘବ ଲାଗି ଏପରି ମହୋତ୍ସବର ଆବଶ୍ୟକତା ରହିଥିବାର ଏବଂ ଗ୍ରାମବାସୀମନଙ୍କ ସହାୟତାରେ ଏହା ହୋଇ ଆସୁଥିବା ସଂପର୍କରେ ସୂଚନା ଦେଇଥିଲେ । ଶିକ୍ଷକ ନେତା ସୁକୁମାର ମିଶ୍ର ମଞ୍ଚ ଆହ୍ୱାନ ଓ ସଞ୍ଚାଳନ କରିଥିଲେ । ମଞ୍ଚରେ ଯମ ଓ ନାରଦଙ୍କ ସଂଳାପ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ବେଳେ ସରଗମ୍ ସିରିଏଲର ଅଭିନେତା, ଅଭିନେତ୍ରୀଙ୍କର ମଞ୍ଚ କାର୍ଯ୍ୟକ୍ରମରେ ଦର୍ଶକ ମାନେ ଝୁମିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା