

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁରସ୍ଥିତ ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦର ୧୦୦ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଏହି ରାସନକୁ ପ୍ରଦାନ କରିଥିଲେ I ଏହି ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାରର ଅସୁବିଧା ସମୟରେ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି I ଗତ ୪ ତାରିଖରେ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦର ୧୦୨ ଜଣ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ କରାଯାଇଥିଲା I ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟ ଚାଲୁ ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ଡ଼କ୍ଟର କେ ଆନନ୍ଦ ରାଓ ସୂଚନା ଦେବାସହ ଆଗାମୀ ଦିନରେ ଭିନ୍ନକ୍ଷମମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ଗଂଜାମ ଜିଲ୍ଲାର ୫ ବ୍ଲକରେ ଅକ୍ସିମିଟର, ଥର୍ମାଲ ସ୍କ୍ରିନିଙ୍ଗ ମେସିନ, ପିପିଇ କୀଟ ଏବଂ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ବଣ୍ଟନ କରାଯିବ ବୋଲି ଶ୍ରୀଯୁକ୍ତ ରାଓ ପ୍ରକାଶ କରିଛନ୍ତି I

