

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଅବସରରେ ବିଭିନ୍ନ ଭକ୍ତ ଓ ମାନସିକ ଧାରୀମାନେ ବିଭିନ୍ନ ବେଶ ହୋଇ ମାଁ’ଙ୍କ ପୀଠକୁ ଯାଇ ମାଁ’ଙ୍କ ଦର୍ଶନ କରୁଛନ୍ତି । ଏହି ଦିନକୁ ସମସ୍ତ ବ୍ରହ୍ମପୁରବାସୀ ଅପେକ୍ଷା କରି ରହିଥାନ୍ତି
। ଏହି ଯାତ୍ରା ପ୍ରତ୍ୟେକ ୨ ବର୍ଷକେ ଥରେ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ସ୍ଥାନୀୟ ଗାନ୍ଧିନଗର ୭ ଲାଇନରୁ ୧୦୮ ହନୁମାନ କମିଟି ପକ୍ଷରୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୧୦୮ ହନୁମାନ ବେଶଧାରୀ ଗାନ୍ଧିନଗର ଛକରୁ ବାହାରି ବଜାର ପରିକ୍ରମା କରି ମାଁ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଯାଇ ପହଞ୍ଚିଥିଲେ । ଏହା ସହ ରାମ, ଲକ୍ଷ୍ମଣ ଓ ସୀତା ବେଶ ସହ ବିଭିନ୍ନ ବେଶ ମଧ୍ୟ ବାହାରି ବଜାର ପରିକ୍ରମା କରିଥିଲେ । ଏହି ସମୂହ ବେଶରେ ମୁଖ୍ୟ ହନୁମାନଙ୍କ ବେଶ ଲୋକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









