୧୦ ଦିନପରେ ୬୦ନଂ ଜାତୀୟ ରାଜପଥର ଡକାୟତି ଘଟଣାରୁ ପର୍ଦ୍ଦଫାସ:ସଂପୃକ୍ତ ୯ ମଧ୍ୟରୁ ୫ ଗିରଫ…

ଜଳେଶ୍ୱର (ସମୃଦ୍ଧଓଡିଶା)ଆଜକୁ ୧୦ ଦିନ ତଳେ ୬୦ନଂ ଜାତୀୟ ରାଜପଥର ଏକତାଳିଠାରୁ ଏକ ବୋଲେରରେ କୋକତାରୁ ଭଦ୍ରକ ଫେରୁଥିବା ୬ ଗୋରୁ ବେପାରୀଙ୍କୁ ଏକ ସ୍କପିଓ ଓ ଏକ ଆପାଚି ମଟର ସାଇକେଲରେ ୯ଜଣ ଦୁବୃତ୍ତ ଆସିି ଗୁଳି ଚଳାଇ ପ୍ରାୟ ୯ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ଘଟଣାର ପର୍ଦ୍ଦଫାସ କରିଛି ଜଳେଶ୍ୱର ପୁଲିସ୍ । ମୋଟ ୯ଜଣ ଅଭିଯୁକ୍ତ ମଧ୍ୟରୁ ୫ଜଣ ଭଦ୍ରକ ଜିଲାରୁ ଗିରଫ କରାଯାଇଥିବା ବେଳେ ଆଜି ଶନିବାର ସେମାନଙ୍କୁ ଜଳେଶ୍ୱର ଜେଏମ୍ଏଫସି କୋଟ୍ରେ ହାଜର କରାଯାଇଛି ବୋଲି ପୁଲିସ୍ ପକ୍ଷରୁ ଏକ ସାମ୍ବାଦକି ସମ୍ମିଳନୀରେ ପ୍ରକାଶ କରାଯାଇଛି ।
ଭଦ୍ରକ ଜିଲାର ୬ଜଣ ଗୋରୁ ବେପାରୀ ହାଓଡା ନିକଟସ୍ଥ ବିସିପୁର ଗୋରୁ ହାଟରେ ଗୋରୁ ବିକ୍ରି କରି ବୋଲେର ଓଡି୦୪କେ୧୩୧୯ରେ ଫେରୁଥିବା ବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଇ ଏକତାଳିଠାରେ ଏକ ସ୍କପିଓ ଓଡି୦୨ଏଏସ୍୮୮୨୫ ରେ ୬ଜଣ ଓ ଆପାଚି ବାଇକ୍ ଓଡି୨୨ପି୯୨୯୯ରେ ୩ଜଣ ଏପରି ମୋଟ ୯ଜଣ ବୋଲେରକୁ ଅଟକାଇଥିଲେ । ବାଇକ୍ରେ ଥିବା ୩ଜଣଙ୍କ ମଧ୍ୟରେ ଜଣେ (ଫେରାର୍) ବୋଲେରକୁ ଲକ୍ଷ କରି ଗୁଳି ଚଳାଇ ବ୍ୟବସାୟୀଙ୍କ ଠାରୁ ୮ଲକ୍ଷ୮୫ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଳେଶ୍ୱର ଥାନା କେସ୍ ନଂ ୩୨୦/୧୯ରୁ ଜଣାଯାଇଛି । ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ଘଟଣା ସର୍ମ୍ପକରେ ଉପରିସ୍ଥା କର୍ମକର୍ତ୍ତାଙ୍କୁ ଜଣାଇବା ପରେ ଏସ୍ପି ବି ଯୁଗଳ କିଶୋର ଓ ପରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ ଓ ତଦନ୍ତ କରିଥିଲେ । ରାଜ୍ୟ ପୂର୍ବାଞ୍ଚଳ ଆରକ୍ଷୀ ମହାନିରିକ୍ଷକ ଦିପ୍ତେଷ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ବାଲେଶ୍ୱର ଏସ୍ପି ବି ଯୁଗଳକିଶୋରଙ୍କ ତତ୍ୱାବଧାନରେ ଡିଏସ୍ପି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଜଳେଶ୍ୱର ଆଇଆଇସିଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀଦଳ ଗଠନ କରାଯାଇଥିଲା । ଅଭିଜ୍ଞ ଡିଏସ୍ପି ମନୋଜ କୁମାର ରାଉତ ଓ ତଦନ୍ତକାରୀ ଦଳ ଭଦ୍ରକ ଜିଲାର ପୁରୁଣା ବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁର ସୁରେଶ ବେହେରା ଓରଫ ସଂଜୟ(୨୬), ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଜପୁର ତିହିଡର ଗାଁର ମାନସ ଦାସ ଓରଫ ବାପୁ(୩୨), ନାଇକାନ ଡିହି ଥାନାର କରଞ୍ଜଡି ଗାଁର ରତିକାନ୍ତ ତରେଇ ଓରଫ ମୁନା, ପୁରୁଣା ବଜାର ଥାନା ଅନ୍ତର୍ଗତ କାଜିମହଲା ୱାର୍ଡନଂ-୨୭ ବାସିନ୍ଦା ରାଜଉଲ ହକ୍ ଓରଫ ରାଜା(୪୪), ଭଦ୍ରକ ଗ୍ରାମାଞ୍ଚଳ ଥାନାର କୋଦଣ୍ଡପୁର ଗାଁର ଜିତୁ ଓରଫ ସୁଜାତ ଓରଫ ସୁଜିତ୍ ମଲ୍ଲିକ (୩୧)ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କଠାରୁ ଲୁଟ ସମୟରେ ବ୍ୟବହୃତ ସ୍କର୍ପିଓ ଓ ଆପାଚି ବାଇକ୍ ସହିତ ୧ଲକ୍ଷ୮୩ହଜାର୫୦୦ଟଙ୍କା ଜବତ୍ କରାଯାଇଛି । ଲୁଟ ବେଳେ ଗୁଳିଚାଳନା କରିଥିବା ଯୁବକଙ୍କ ସହ ଅନ୍ୟ ୪ଜଣ ଫେରାର ଥିବାର ଆଜି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଉମେଶ ଚନ୍ଦ୍ର ପଣ୍ଡା ଓ ଆଇଆଇସି ପ୍ରଦୀପ କୁମାର ମାଝୀ ସଟମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏହା ବ୍ୟତିତ ୩୦ ହାଜାର ଟଙ୍କା ମୂଲ୍ୟର ସୁନାଚେନ୍ ଓ ମୁଦି ଜବତ୍ ହୋଇଛି । ରାଜଉଲ ହକ୍ ଓରଫ ରାଜା ଏକ ଜର୍ଦ୍ଦା ବ୍ୟବସାୟ ବିସିପୁର ହାଟରେ କରିଆସୁଥିବାରୁ ଗୋରୁ ବ୍ୟବସାୟୀମାନଙ୍କ ସମ୍ପରେ ଲୁଟେରା ମାନଙ୍କୁ ସୂଚନା ଦେଇଥିଲା । ସଦର ଥାନାରେ ମାମାଲଥିବା ଜିତୁ ଓରଫ ସୁଜାତ ଜଣେ ଅଭ୍ୟାସଗତ ଅଭିଯୁକ୍ତ ହୋଇଥିବାରୁ ସେ ଏହାର ମାଷ୍ଟାର ମାଇଣ୍ଡ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ପ୍ରକାଶଯୋଗ୍ୟ ୬୦ନଂ ଜାତୀୟ ରାଜପଥରେ ଜଳେଶ୍ୱର, ବସ୍ତା, ରୂପ୍ସା ଥାନା ପକ୍ଷରୁ କାଁଭାଁ ପେଟ୍ରୋଲିଂ ହୋଇଥାଏ । କିନ୍ତୁ ବାଲେଶ୍ୱରରୁ ଜଳେଶ୍ୱର ମଧ୍ୟରେ ଦୀର୍ଘ ୫୦କିମି ଜାତୀୟ ରାଜପଥ ୬୦ରେ ସ୍ୱତନ୍ତ୍ରଭାବେ ପେଟ୍ରୋଲିଂ ବ୍ୟବସ୍ଥା ହେବାକୁ ବହୁଦିନରୁ ଦାବି ହୋଇ ଆସୁଛି । କତ୍ତୃପକ୍ଷ ଏହାକୁ ଗୁରୁତର ସହକାରେ ଗ୍ରହଣ କଲେ ଆନ୍ତରାଜ୍ୟ ସ୍ତରୀୟ ଚୋରା କାରବାର, ମାଦକଦ୍ରବ ଚାଲାଣ, ରାଜସ୍ୱଫାଙ୍କି ଚାଲିଥିବା କାରବାର ସହିତ ରାହାଯାନୀ ଭଳି କାର୍ଯ୍ୟକୁ ରୋକାଯାଇପାରିବ ବୋଲି ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା