ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୧୪ ଥର ରକ୍ତଦାନ କରି ଗଞ୍ଜାମ ଜିଲ୍ଲାରେ ଜଣେ ଆଦର୍ଶ ସମାଜସେବୀ ଭାବରେ ପ୍ରଶଂସା ଅର୍ଜନ କରିଥିବା ହିଞ୍ଜିଳିକାଟୁର ସମାଜସେବୀ ତଥା ବିଜେଡି ନେତା କିରଣ କୁମାର ପଟ୍ଟନାୟକଙ୍କ ମାତୃ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୋୖରାଞ୍ଚଳ ୧୭ନଂ ୱାର୍ଡର ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକଙ୍କ ମା ପ୍ରମୋଦିନୀ ପଟ୍ଟନାୟକଙ୍କ ଶନିବାର ସକାଳ ସମୟରେ ପରଲୋକ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ବହୁ ପୂର୍ବରୁ ତାଙ୍କ ବାପା ଉପେନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ପଟ୍ଟନାୟକ ମାର୍ଗ ସ୍ଥିତ ନିଜ ବାସଭବନରେ ଗତ କିଛି ଦିନ ଧରି ତାଙ୍କ ମା ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର କିରଣ,କନିଷ୍ଠ ପୁତ୍ର ରଞ୍ଜନ, ଝିଅ, ନାତି ନାତୁଣୀ ବନ୍ଧୁ ସମ୍ପର୍କୀୟ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ସେ ଜଣେ ଶାନ୍ତଶିଷ୍ଟ, ମେଳାପୀ, ପରୋପକାରୀ ଏବଂ ଧର୍ମ ପରାୟଣା ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ।ତାଙ୍କ ଵିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି।ଦିବଂଗତ ପ୍ରମୋଦିନୀ ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି।ତାଙ୍କ ନିଧନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା