୧୨ରେ ବଡ଼ ମେଡିକାଲ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ : ସାଂସଦ ଓ ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଆହ୍ୱାନ କ୍ରମେ ପ୍ରଶାସନିକ ଅଧିକାରୀ, କର୍ମଚାରୀ ସଂଗଠନର କର୍ମକର୍ତ୍ତା ଓ ଆଉଟସେ।ର୍ସିଂ ସଂସ୍ଥାର ପରିଚାଳକଙ୍କ ଉପସ୍ଥିତିରେ ମେଡିକାଲ କଲେଜ ପରିସରରେ ଏକ ଆଲୋଚନା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ବକେୟା ଓ ବର୍ଦ୍ଧିତ ଦରମା ତୁରନ୍ତ ପ୍ରଦାନ କରିବା, ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ, ୨୦୦୧ ମସିହାରେ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିବା, ଗ୍ରୁପ ଡ଼ି କର୍ମଚାରୀଙ୍କ ପାଇଁ ନୂତନ ସରକାରୀ କ୍ୱାଟର ନିର୍ମାଣ, ସ୍ଥାୟୀ କର୍ମଚାରୀଙ୍କ ସର୍ଭିସ୍ ବୁକ୍ ଖେ।ଲିବା, ବର୍ଦ୍ଧିତ ଦରମା ପ୍ରଦାନ ଇତ୍ୟାଦି ଦାବିଗୁଡ଼ିକର ସମାଧାନ ପାଇଁ ଅ।ସନ୍ତା ୧୨ ତାରିଖରେ ଭୁବନେଶ୍ୱର ଠାରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଅ।ଲେ।ଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବେ।ଲି ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରକାଶ କରିଥିଲେ । ଏହି ବୈଠକରେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ରାଧାମାଧବ ତ୍ରିପାଠୀ, ବଡ଼ ଡ଼ାକ୍ତରଖାନା ଅଧିକ୍ଷକ ପ୍ରଫେସର ଚରଣ ପଣ୍ଡା, ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ଏବଂ କର୍ମ·ରୀ ସଂଗଠନ ପକ୍ଷରୁ ଉପଦେଷ୍ଟା ରବି ରଥ, ରାଜ୍ୟ ସଂଗଠନର ଉପସଭାପତି ସୁକାନ୍ତ ମୁଖି, ସମ୍ପାଦକ ଲାଲୁମେ।ହନ ବେହେରା, ଯୁଗ୍ମ ସମ୍ପାଦକ ଅଜିତ ପାତ୍ର, ରବି ନାରାୟଣ ବେହେରା, କେଶବ ବେହେରା, ଚନ୍ଦ୍ରୁ ପାତ୍ର, ଏସ. ନିରଞ୍ଜନ, ରାଜୁ ଚିନ୍ନା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଓଡିଶା ମେଡିକାଲ କର୍ମଚାରୀ ସଂଘର ସମ୍ପାଦକ ଲାଲୁମୋହନ ବେହେରା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା