ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଫାଷ୍ଟଗେଟ୍ ଠାରେ ୧୨୦ କେଜି ଗଞ୍ଜେଇ ଜବତ କରିବା ସହ ସଫାରୀ କାର ଏବଂ ଦୁଇ ବ୍ୟବସାୟୀକୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଅବକାରୀ କନେଷ୍ଟବଳ ସୁଶାନ୍ତ ମାହାକୁଡ଼ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଇନ୍ସପେକ୍ଟର ଗୀତାଞ୍ଜଳୀ ସାହୁଙ୍କୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ବିଷୟରେ ଜଣାଇଥିଲେ ଯାହାକୁ ଭିତ୍ତି କରି ସାଧା ପୋଷାକରେ ଛକି ରହିଥିବା ଅବକାରୀ ବିଭାଗ ଡେଙ୍ଗାଓସ୍ଥା ଠାରୁ ପିଛା କରି ବ୍ରହ୍ମପୁର ଫାଷ୍ଟଗେଟ ଠାରେ ଗାଡି ଟିକୁ କାବୁ କରିବାରେ ସକ୍ଷମ ହୋଇଥିଲା । ଅଧିକ ପଚରଉଚରା ପରେ ଜାଣିବାକୁ ପାଇଥିଲେ ଏହି ସମସ୍ତ ଗଞ୍ଜେଇ ମୋହନା ଠାରୁ ମହାରାଷ୍ଟ୍ରକୁ ଚାଲାଣ ହେବାକୁ ଯାଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ଲକ୍ଷ ହେବା ସହ ଜବତ ଗାଡିର ମୂଲ୍ୟ ୮ଲକ୍ଷ ହେବ ବୋଲି ଜଣାପଡ଼ିଛି । ସମସ୍ତ ଗଞ୍ଜେଇ ଓ କାରକୁ ଜବତ କରିବା ସହ ଦୁଇ ମାଫିଆଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅବକାରୀ ଗୁଇନ୍ଦା ବିଭାଗ ଏବଂ ଅଧିକ ତଦନ୍ତ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ । ସେ ହେଲେ ଉଣେଶ ମେହୂବ ଏସକେ ଏବଂ ଶହିଦ ଶାକିଲି ବୋଲି ଜଣାପଡିଛି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା