ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋଠାରେ ଅନୁଷ୍ଠିତ ହେଉଥିବା ୧୩ତମ ଓଳିନ୍ଦା ସାରସ୍ୱତ ଆଶ୍ରମ ବିଭାଗୀୟ ଭକ୍ତ ସମ୍ମିଳନୀ ଆଜି ରବିବାର ଉଦ୍ଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନିଗମାନନ୍ଦ ଆଶ୍ରମର ପଟଶିଷ୍ୟ ଜ୍ଞାନାନନ୍ଦ ସରସ୍ୱତୀ ମହାରାଜ ନିଗମାନନ୍ଦଙ୍କ ଜୀବନାଦର୍ଶନ ବର୍ଣ୍ଣନା କରି ସେ ନଳିନୀକାନ୍ତରୁ ନିଗମାନନ୍ଦ ହେବା, ସୁଧାଂଶୁ ବାଳାଙ୍କ ସହ ବିବାହ, ମାତାରାଙ୍କୁ ସୁଧାଂଶୁ ବାଳାଙ୍କ ରୂପରେ ଦେଖିବା, ସର୍ବପରି ଗରୁପରମ୍ପରାରେ ଭବସାଗରର କାରାଗାରରୁ ମୋକ୍ଷ ଲାଭ କରିବା ପାଇଁ ପ୍ରତ୍ୟେକଙ୍କ ଲକ୍ଷ୍ୟଥିବାରୁ ଗୁରୁଭାବରେ ଜଣଙ୍କୁ ଅଧିଷ୍ଠିତ କରାଯାଇଥାଏ ଓ ମୋକ୍ଷ ଲାଭ କରାଯାଇଥାଏ । ନିଗମାନନ୍ଦଙ୍କ ସାଧନାରେ ତନ୍ତ୍ର, ପ୍ରେମ, ଜ୍ଞାନ, ଯୋଗ, ସିଦ୍ଧି ମିଳିଥାଏ ଏବଂ ଶଂକରଙ୍କ ମତ ଓ ଗୌରାଙ୍ଗଙ୍କ ପଥ ଦ୍ୱାରା ମୋକ୍ଷପ୍ରାପ୍ତି ଅଧିକ ସୁଗମ ହୋଇଥାଏ ବୋଲି କହିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବିଜୟ ମିଶ୍ରଙ୍କ ପୌରହିତ୍ୱରେ ଆୟୋଜିତ ଉତ୍ସବରେ ବ୍ରଜେଶାନନ୍ଦ ସରସ୍ୱତୀ ମୁଖ୍ୟବକ୍ତା, ସମ୍ମାନୀତ ବକ୍ତା ଭାବେ ବ୍ରହ୍ମ ଚୈତନ୍ୟ ବ୍ରହ୍ମଚାରୀ, ବିଦ୍ୟାନନ୍ଦ ସରସ୍ୱତୀ, ଟ୍ରଷ୍ଟି ଇନ୍ଦୁଭୂଷଣ କର, ବିଜୟ କୁମାର ନନ୍ଦ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶ, ସ୍ତମ୍ଭକାର ତଥା ପ୍ରମ୍ରେର ଉତ୍ତର ଓଡିଶା ମୁଖ୍ୟ ସତ୍ୟଶିବ ଦାସ ଓ ସମାଜସେବୀ ତଥା ରେବତୀର ସଂପାଦିକା ସୁବାଶିନୀ ଜେନା ଆଧ୍ୟାତ୍ମିକ ଚିନ୍ତା ଚେତନା ଦ୍ୱାରା ସମାଜ ଓ ସାମଗ୍ରୀକ ଭାବେ କିପରି ପ୍ରଭାବ ପଡିଥାଏ ତାହା କହିଥିଲେ । ଗତ ୭ ତାରିଖରେ ଏହି ଉତ୍ସବକୁ ନିଗମାନନ୍ଦଙ୍କ ପଟଶିଷ୍ୟ ତଥା କୃଷ୍ଣ ନଗରସ୍ଥିତ ସୁଧାଂଶୁବାଳା କନ୍ୟାଶ୍ରମର ପ୍ରତିଷ୍ଠାତା ଜ୍ଞାନାନନ୍ଦ ସରସ୍ୱତୀ ଉଦ୍ଘାଟନ କରିଥିଲେ । ୩ ଦିନ ଧରି ଗଣେଶ ଚନ୍ଦ୍ର ମହାନ୍ତି, ହାରାଧନ ପଣ୍ଡା, ଦେବେନ୍ଦ୍ର ସାଶମଲ, ଦେବିପ୍ରସାଦ କାମିଳା, ରଘୁନାଥ ପ୍ରଧାନ, ଅଂଳିକା ବ୍ରହ୍ମଚାରୀ, ବିଜୟ ଖଟୁଆ, ଭବଶଂକର ଦାସମହାପାତ୍ର, ଜଗନ୍ନାଥ ବେଜ ଓ କମଳାକାନ୍ତ ରାଜ ପ୍ରମୁଖ ଭଜନ, କୀର୍ତ୍ତନ କରି ଆସୁଥିଲେ । ନାମ୍ପୋ ସାରସ୍ୱତ ସଂଘର କିରଣ କୁମାର ଦାସ, ସାଧାରଣ ସଂପାଦକ ତନୁଜ କୁମାର ଜେନା, ସଂପାଦକ ଶିବାଶିଷ ଦାସ, ଗୟାପଦ ଦତ୍ତ, ସଂଗ୍ରାମ କେଶରୀ ପଣ୍ଡା, ଚିତ୍ତରଂଜନ ଷଡଙ୍ଗୀ, ବିଶ୍ୱନାଥ ପରିଡା, ସୀତାକାନ୍ତ ଜେନା, ଚନ୍ଦ୍ରଶେଖର ପରିଡା, ଅରୁଣ ରାଉଳ, ବଂକିମ ଚନ୍ଦ୍ର ଦେ, ବାଣିଦାସ ମହାପାତ୍ର, ମାନସ କୁମାର ଜେନା, ଗୋପାଳ କୃଷ୍ଣ ଜେନା ପ୍ରମୁଖ ୩ ଦିନ ଧରି ପରିଚାଳନା କରି ଆସୁଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା