ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ କଳା ଆଇନ ବିରୋଧରେ ଜନସମର୍ଥନ ପାଇଁ ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ବାପୁଜୀ ଆଶ୍ରମରେ ଏକ ସାମ୍ବାଦିକ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମୀଳନିରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ବ୍ରହ୍ମପୁର ଲୋକସଭା ପ୍ରାଥିୀ ୱି.ଚନ୍ଦ୍ରଶେଖର ନାଇଡୁ ଏଥିରେ ଯୋଗଦେଇ କୃଷକ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ଡିସେମ୍ବର ୧୪ ତାରିଖ ପ୍ରତ୍ୟେକ ଜିଲ୍ଲାରେ ହେବାକୁ ଥିବା ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । କେନ୍ଦ୍ରର ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ରାଜ୍ୟ ସରକାର ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ଅତିରିକ୍ତ ୫ଶହ ଟଙ୍କା ବୋନସ ପ୍ରଦାନ ପାଇଁ ଦାବୀ କରାଯାଇଛି । ଏହାସହ ଆସନ୍ତା ଡିସେମ୍ବର ୧୫ରୁ ଗଞ୍ଜାମ ଜିଲ୍ଲାରେ ମଣ୍ଡି ଖୋଲିବାକୁ ବି ଦାବୀ କରାଯାଇଛି । ଦେଶର ଜିଡିପି ବୃଦ୍ଦିରେ କୃଷକ ମାନଙ୍କର ମୁଖ୍ୟ ଭୂମିକା ଥିବା ବେଳେ କୃଷକମାନଙ୍କ ପାଇଁ କାହିଁକି ଅବହେଳା ବୋଲି ପ୍ରଶ୍ନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା କୃଷକ କଂଗ୍ରେସର ସଭାପତି ବୃନ୍ଦାବନ ଖଟେଇ, ଶିବରାମ ପାତ୍ର, ରାଜ୍ୟ କୃଷକ କଂଗ୍ରେସର ସଂପାଦକ ପଦ୍ମ ସାହୁ, ସାଇ ପାତ୍ର, ସୁବାଷ ରାଉତ, ତଥସତ ସୁବୁଦ୍ଦି, ବିଜୟରାଜ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା