ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ଠାରେ ଜିଲ୍ଲା କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳିତ କରିଯିବା ସହ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଇଛି । ଏହି ଅବସରରେ ପ୍ରଥମେ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଗାନ୍ଧିନଗର ଛକରେ ଥିବା ମହାତ୍ମାଗାନ୍ଧୀଙ୍କର ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ଠାରେ ଏକ ବୈଠକ ଜିଲ୍ଲା ସଭାପତି ତ୍ରିନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇ ବାପୁଜୀଙ୍କର ଜୀବନାବଳି ଓ ସ୍ୱାଧୀନତା ପାଇଁ ତାଙ୍କରି ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ବୈଠକରେ ବର୍ତ୍ତମାନ କେନ୍ଦ୍ର ସରକାର ପ୍ରତିଦିନ ଗାନ୍ଧୀ ଆଦର୍ଶକୁ ହତ୍ୟା କରିବା ସହ ଦେଶର ସମ୍ବିଧାନ ବର୍ତ୍ତମାନ ଅସୁରକ୍ଷିତ ଥିବା ବକ୍ତା ମାନେ ପ୍ରକାଶ କରିଥିଲେ । ଦେଶର ସ୍ୱାଧୀନତାକୁ ବିରୁଦ୍ଧ କରୁଥିବା ଦଳ ଆଜି ସମୟାନୁକ୍ରମେ ଦେଶରେ କ୍ଷମତାରେ ଅଛି । ସେମାନେ ଧର୍ମାଦ୍ଧତାରେ ବିଶ୍ୱାସ କରନ୍ତି । ଅତଏବ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ କର୍ମୀମାନେ ଗାନ୍ଧୀବାଦକୁ ଲୋକଙ୍କୁ ବୁଝାଇବା ସହ ବିଜେପି ଓ ଆରଏସଏସ ର ଛଦ୍ମ ମୁଖାକୁ ଖୋଲିବାକୁ ସମୟ ଆସିଯାଇଥିବା ପ୍ରକାଶ କରିଥିଲେ । ଏହାସହ ରାଜ୍ୟର ନବୀନ ସରକାର ଧର୍ମାଦ୍ଧତା ଓ ସମ୍ପ୍ରଦାୟିକତା ବାଦି ମାନଙ୍କର ବୋଲକରା ସାଜିଥିବା ଦୁର୍ନୀତିରେ ବୁଡି ରହିଥିବା କଂଗ୍ରେସ ନେତମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଦେବୀ ପ୍ରସାଦ ବିଶୋଇ, ବିଦ୍ୟାଧର ପ୍ରଧାନ, ଭୋକାଲି ସେଠି, ପ୍ରମୋଦ ଜେନା, ସାଇ ପାତ୍ର, ବିଜୟ ରାଜ ପାଣିଗ୍ରାହୀ, ଡି.କାଷି, ସ୍ୱରୂପା ତ୍ରିପାଠୀ, ସନ୍ତୋଷ ନାୟକ, ଉମା ସାମଲ, ସୁନୀଲ ଚୌଧୁରୀ, ରାମକୃଷ୍ଣ ପଣ୍ଡା, ପର୍ଶୁରାମ ସାହୁ, ବିଶ୍ୱଜିତ ତରାଇ, ମାନସ ଆଚାର୍ଯ୍ୟ, ପ୍ରଫୁଲ୍ଲ ପଣ୍ଡା, ସୁବାସ ରାଉତ, ଗୋକୁଳ କର, ରାଜୀବ ଖୁଣ୍ଟିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା