
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପରଳା’ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଆନୁକୂଲ୍ୟରେ କାଳଜୟୀ ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ଜୟନ୍ତୀ ଦୋଳ ଉତ୍ସବ ମଣ୍ଡପରେ ପାଳନ ହୋଇଯାଇଛି । ଆଜିର ମୁଖ୍ୟ ଅତିଥି କେ.ନାରାୟଣ ରାଓଙ୍କ ଦ୍ଵାରା ଦୋଳବନ୍ଧ ପରିସରରେ ଥିବା ସ୍ୱାମୀଜୀଙ୍କ ପୂର୍ଣ ଅବୟବରେ ପୁଷ୍ପମାଲ୍ୟ ଅର୍ପଣକଲା ପରେ ସଭାପତି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଦ୍ଵାରା ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା । ସ୍ମୃତି ଚରଣ ସଭାରେ ମହନ୍ତ ମହାରାଜ, ଉପାନ୍ତପ୍ରହରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀ ହରିମୋହନ ପଟନାୟକ ଯୋଗ ଦେଇଥିବାବେଳେ ଜିଲ୍ଲା ଶିକ୍ଷାଓ ପ୍ରଶିକ୍ଷଣ ପ୍ରତିଷ୍ଠାର ସୁଶ୍ରୀ ପଙ୍କଜିନି ପ୍ରଧାନ, ସୁଧାଂଶୁ ପୃଷ୍ଟି, ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସୁଶ୍ରୀ ମୀରା ପାଢ଼ୀ, ଅଭିଜିତ ପାଢ଼ୀ, ସ୍ମୃତି ରଞ୍ଜନ ଅଧିକାରୀ, ତର୍କରେ ଅଂଶଗ୍ରହଣ କରି ସ୍ୱାମୀଜୀଙ୍କ ଜୀବନୀ ପଠନ, ପଦାଙ୍କ ଅନୁକରଣ ସମ୍ପର୍କରେ ଆଲୋଚନ। କରିଥିଲେ । ଜୀବଜଗତକୁ ପ୍ରେମାସ୍ଵଦରେ ସାମିଲ କରେଇ ଆମେ ଭାରତୀୟ ହେଲେ ମଧ୍ୟ ଆମର ପବିତ୍ର ସଂସ୍କୃତି, ପରମ୍ପରା “ବସୁଦେବ କୁଟୁମ୍ବକମ” ମହ।ନ ଶିକ୍ଷାକୁ ଆପଣେନଇବା ଜରୁରୀ କହିଥିଲେ । ରାମରାଜ୍ୟ ସୃଷ୍ଟି ଯୁବଗୋଷ୍ଠି ଦ୍ୱାରା ସାମ୍ଭାବ ହେଇପାରିବ । ଯୁବଗୋଷ୍ଠି ଆମର ଜୀବନ, ପ୍ରାଣ,ଆଶା, ଭରଷା, ଜାତିର ଭବିଷ୍ୟତ, ତେଣୁ, ତ୍ୟାଗ ଓ ସୁସ୍ଥ ଓ ଦୃଢ ମନବଳରେ ବିବେକାନନ୍ଦଙ୍କ ଦର୍ଶନ ବାଣୀକୁ ଦେନିକ କାର୍ଯ୍ୟ କ୍ଷେତ୍ରରେ ପ୍ରୟୋଗ କରିବା ନିମନ୍ତେ ଉଦବୋଧନ ଦିଆଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ରେବିଜୟୀ ଛାତ୍ର ଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲ। । କାର୍ଯ୍ୟକ୍ରମର ଶେଷରେ ଦୋଳ ଉତ୍ସବ କମିଟିର ସଭ୍ୟ ଶ୍ରୀ ବିଚିତ୍ର।ନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା