

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପବିତ୍ର ରଥଯାତ୍ରା ଅବସରରେ ମନ୍ଦିର ନିର୍ମାଣ ହେବାର ୧୫ ବର୍ଷ ପରେ ଖୋଡାସିଙ୍ଗ ହନୁମାନ ନଗରର ପେଟ୍ରୋଲ ଟାଙ୍କି ନିକଟରେ ପ୍ରଥମ ଥର ପାଇଁ ରଥ ନିର୍ମାଣ କରାଯାଇ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ସହ ରଥରେ ବିରାଜମାନ କରାଯାଇଛି । ଏହି ରଥ ଅତି ସୁନ୍ଦର ହୃଦୟସ୍ପର୍ଶୀ ହୋଇଛି । ଏହି ଅବସରରେ ସବ କଲେକ୍ଟର ଛେରା ପହଁରା ନୀତିକାର୍ଯ୍ୟ କରିଥିଲେ । ଏହାପରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ରଥକୁ ଟାଣି ମୋଗଲୀ ନିକଟରେ ଲଗାଯାଇଛି । ପୋଖରୀ ନିକଟରେ ଆଡପ ମଣ୍ଡପ ରହିଛି ସେଠାରେ ତିନି ରଥକୁ ରଖାଯାଇଛି । ଅସ୍ଥାୟୀ ଭାବେ ବାହୁଡ଼ା ଯାଏଁ ଠାକୁର ସେଠାରେ ରହିବେ । ବାହୁଡା ପରେ ପୁଣି ନିଜ ସ୍ଥାନକୁ ଫେରିବେ ।
ରିପୋର୍ଟ : ଦାମୋଦର ପାଢ଼ୀ

