ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୬ରେ ବିଜେପି ପ୍ରାର୍ଥୀ ଚୟନ ତାଲିକା ଜାରି କରିବ । ଏଥିରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ନାମ ପ୍ରକାଶ କରିପାରେ ବୋଲି ଖବର ମିଳିଛି । ଏହାସହ ସମ୍ପୃକ୍ତ ବିଧାନସଭାଗୁଡିକ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଦଳ ନବରଙ୍ଗପୁର ପାଇଁ ପର୍ଶୁରାମ ମାଝୀଙ୍କୁ ଏମପି ଭାବେ ଛିଡା କରାଇବାକୁ ବିଚାର କରୁଥିବାବେଳେ କୋରାପୁଟ ପାଇଁ ଜୟରାମ ପାଙ୍ଗି କିମ୍ବା ଗିରିଧର ଗମାଙ୍ଗୋଙ୍କ ମଧ୍ୟରୁ କାହା ନାମରେ ମୋହର ମାରିପାରେ । ସେହିଭଳି କଳାହାଣ୍ଡିରେ ପ୍ରଦୀପ୍ତ ନାଏକଙ୍କ ନାମ ଆଗରେ ରହିଛି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭୃଗୁ ବକ୍ସିପାତ୍ରଙ୍କ ନାମକୁ ଦଳ ବିଚାର କରୁଛି । ବିଜେପିର ପ୍ରାର୍ଥୀ ଚୟନ ପକ୍ରିୟା ଆରମ୍ଭ ହୋଇଯାଇଛି । ଲୋକଙ୍କ ପସନ୍ଦ ଓ ମୋଦିଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରୁଥିବା ବ୍ୟକ୍ତିଙ୍କୁ ହିଁ ଦଳ ଟିକେଟ ଦେବାବେଳେ ପ୍ରାଥମିକତା ଦେବା ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା