
ଗଞ୍ଜାମପୋଲିସ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମପଞ୍ଚାୟତ ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ବିଲ-ପଦର ମୂଳେ ଜଣେ ବ୍ୟକ୍ତିଙ୍କର ମୃତ ଦେହ ମଙ୍ଗଳବାର ଠାବ ହୋଇଛି । ଉକ୍ତ ଶବକୁ ଛତ୍ରପୁର ପୋଲିସ ଉଦ୍ଧାର କରିଛି । ଯାହାକି’ କୁମାରବେଗପଲ୍ଲୀ ଗ୍ରାମର ଦଣ୍ଡକାଳୀ ମନ୍ଦିର ସମ୍ମୁଖ ଆନିକଟ କାଳୀଢ଼ାବା ପାଖାପାଖି ସ୍ଥାନରେ ମିଳିଥିବା ଜଣେ ବ୍ୟକ୍ତିଙ୍କ ମରଶରୀରକୁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ବୋଲି କୁହାଯାଏ । ଉକ୍ତ ଶବ ନିକଟରେ ଛତ୍ରପୁର ପୋଲିସ ସଦଳବଳେ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରେ ମୃତବ୍ୟକ୍ତି ଜଣକ ବାବୁଲା ବେହେରା ( ୫୫ ) ପିତା- ପ୍ରଫୁଲ୍ଲ ବେହେରା, ଛତ୍ରପୁର ସହରାଞ୍ଚଳ ପୁରୁଣା ପୋଲିସ ଲାଇନ ନିକଟବର୍ତ୍ତୀ ଅଞ୍ଚଳର ବୋଲି ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚାଇଛନ୍ତି । ଉକ୍ତ ଶବ କୁ ବ୍ୟବଚ୍ଛେଦ କରିବାକୁ ପଠାଯାଇ ଏହାକୁ ଏକ ଅପମୃତ୍ୟୁ ମାମଲାରେ କେଶ ରୁଜୁ କରାଯାଇଛି, ବୋଲି ପୋଲିସ କର୍ତ୍ତୃପକ୍ଷ କହିଛନ୍ତି ।
ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା

