ବାଲିଅନ୍ତା(ସମୃଦ୍ଧଓଡିଶା)ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ବାଲିଅନ୍ତା ବ୍ଲକ ବିଜେଡ଼ି ସଂଗଠନ ତରଫରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟଦେବ ନିର୍ବାଚନମଣ୍ଡଳୀ ମୁଖ୍ୟ ସଂଗଠକ କମଳକୁମାର ପାତ୍ରଙ୍କ (ଚନ୍ଦନ) ତତ୍ବାବଧାନରେ ୧୬ ନମ୍ବର ଜୋନରେ ପଦଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ୧୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମହେଶ୍ବର ଦାଶ, ବାଲିଅନ୍ତା ବିଜେଡ଼ି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ସଭାପତି କିଶୋର ଜେନା, ୧୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମଙ୍ଗରାଜ ବେହେରା ଓ ନବକିଶୋର ମଲ୍ଲିକଙ୍କ ସମେତ ୧୭, ୧୯, ୨୦ ଓ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଉପାଧ୍ୟକ୍ଷା ଇତିଶ୍ରୀ ଜେନା ଓ ପଞ୍ଚାୟତ ସଭାପତି ରବିନ୍ଦ୍ର ରାଉତରାୟଙ୍କ ନେତୃତ୍ବରେ ପ୍ରାୟ ୯ ଶହରୁ ଅଧିକ ବିଜେଡ଼ି କର୍ମୀ ପ୍ରଥମେ ବାଲିଅନ୍ତା ପଞ୍ଚାୟତ ସମିତି ସମ୍ମୁଖରରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ବିରାଟ ପଦଯାତ୍ରାରେ ହାତରେ ଦଳୀୟ ପ୍ଲାକାର୍ଡ଼, ବ୍ୟାନର ଧରି ବାହାରିଥିଲେ। ଏହି ପରିପ୍ରେକ୍ଷୀରେ ସମବେତ ବିଜେଡ଼ି ନେତୃବୃନ୍ଦ ପ୍ରଥମେ ଟଙ୍କପାଣି ବ୍ରିଜ ଠାରେ ଥିବା ମହାତ୍ମା ଗାନ୍ଧୀ ପଦଯାତ୍ରା ସ୍ମାରକୀ ପୀଠରେ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେଠାରୁ ପଦଯାତ୍ରାକାରୀ ସିଧାସଳଙ୍କ ବାଲିଅନ୍ତା ସ୍ଥିତ ନିକୁଞ୍ଜ ବିହାରୀ ମନ୍ଦିର ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ମହାତ୍ମା ସେତୁ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେଠାରୁ ବାଲିଅନ୍ତା ପଞ୍ଚାୟତ ଓ ବେଣୁପୁର ପଞ୍ଚାୟତର ବିଭିନ୍ନ ଗାଁ ଓ ପଡ଼ା ପରିକ୍ରମା କରିଥିଲେ। ଏନେଇ ବାଲିଅନ୍ତା ଓ ବେଣୁପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଜେଡ଼ି ନେତୃବୃନ୍ଦଙ୍କୁ ପଞ୍ଚାୟତ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜନ ସଂପର୍କ ପଦଯାତ୍ରାରେ ବିଭିନ୍ନ ଛକ ବଜାର ଓ ଗାଁରେ ଶହ ଶହ ଯୁବକ, ମହିଳା , କର୍ମୀ ଓ ସମର୍ଥକ ସ୍ବତଃପ୍ରବୃତ ଭାବେ ଉତ୍ସାହାର ସହ ସାମିଲ ହୋଇଥିଲେ। ଜୟଦେବ ନିର୍ବାଚନମଣ୍ଡଳୀର ଅନ୍ୟ ସବୁ ପଞ୍ଚାୟତରେ ଜନ ସଂପର୍କ ପଦଯାତ୍ରା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ରିପୋର୍ଟ : ରଜତ କୁମାର ମହାପାତ୍ର