ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ଖୁଦିଆମାଝିସାହି ପଂଚାୟତର ଗୋପାଳପ୍ରସାଦ ଗାଁର ୧୭ଜଣ ଶ୍ରମିକ ଆଜି ଜଳେଶ୍ୱର ଥାନ୍ତର୍ଗତ ସମ୍ପତ୍ତିଆ ଗାଁ ନବକୁମାର କାମିଳାଙ୍କ ଧାନବିଲ ରୋଇବାକୁ ଆସିଥିଲେ । ମାଲିକ ଶ୍ରମିକ ମାନଙ୍କୁ ୩୪୦ଟଙ୍କା ଲେଖାଁଏ ପାରିଶ୍ରମିକ ଦେବାର ଚୁକ୍ତି କରିଥିବା ବେଳେ କାମଶେଷରେ ୨୮୦ଟଙ୍କା ଦେବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ସେହି ଗାଁରେ ଥିବା କ୍ଷେତମଜଦୁର ୟୁନିୟନ ପକ୍ଷରୁ ପଲ୍ଟୁ ଦାସ, ଦୀପ୍ତିମାନ ଆଚାର୍ଯ୍ୟ, ସେକ୍ ଅବଦୁଲ ସାର୍ଦ୍ଦିକ, ରହିମ ଖାଁ, ଦିଲ୍ଲିପ ଘୋଷ, ସତ୍ୟଗୋପାଳ ଜେନା ଓ ଦିଲ୍ଲିପ ସିଂ ପ୍ରମୁଖ କୃଷି ଶ୍ରମିକଙ୍କ ସହିତ ନାମ୍ପୋଫାଣ୍ଡି ଯାଇ ଧାରଣାରେ ବସିବା ସହିତ ଅଭିଯୋଗ କରିଥିଲେ । ପୁଲିସ୍ ନବକୁମାର କାମିଳାଙ୍କୁ ଫାଣ୍ଡିକୁ ଡକାଇ ଆଲୋଚନା କରିଥିଲେ ମଧ୍ୟ ରାତି ୮ଟା ସୁଦ୍ଧା ସମସ୍ୟାର ସମାଧାନ ହୋଇନଥିଲା । କୃଷି ଶ୍ରମିକଙ୍କୁ ୨୮୦ଟଙ୍କା ଲେଖାଁଏ ପାରିଶ୍ରମିକ ଦେବାର ନବକାମିଳା ଚୁକ୍ତି କରିଥିଲେ ବୋଲି ପୁଲିସ୍କୁ କହିଛନ୍ତି । ପ୍ରକାଶଯୋଗ୍ୟ ରାଇବଣିଆ ଅଂଚଳରୁ ପ୍ରତିଦିନ ଶହ ଶହ କୃଷିଶ୍ରମିକ ଖୋଲା ପିକ୍ଅପ୍ରେ ଚାଉଳବସ୍ତା ଭଳି ଲଦାହୋଇ ଆସୁଥିବାରୁ ଏହା ବିପଦ ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି ।
ରିପୋର୍ଟ : ଭୂପତି ପରିଡା