ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ଥିବା ୩୫ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୭ଟି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କର ଜଳେଶ୍ୱର ବ୍ଲକରୁ ଶିମୁଳିଆ ବ୍ଲକକୁ ବଦଳୀ ହୋଇଛି । ବାଲେଶ୍ୱର ଡିଆର୍ଡିଏ ପ୍ରଜେକ୍ଟ ନିର୍ଦ୍ଦେଶକଙ୍କ ଚିଠି ନଂ ୩୨୯୭ ତା ୯-୮-୧୯ଙ୍କ ନିର୍ଦ୍ଦେଶରେ ଏହି ବଦଳି ହୋଇଛି । ଏହି କନିଷ୍ଠ ଯନ୍ତ୍ରଙ୍କ ବିରୋଧରେ କେତେକ ଅଭିଯୋଗ ୩-୧୨-୧୬ରେ ହୋଇଥିବାରୁ ତତ୍କାଳୀନ ଜିଲାପାଳ ରମେଶ ଚନ୍ଦ୍ର ରାଉତ ଏକ ସ୍ପେଶାଲ ଓଡିଟ୍ କରାଇଥିଲେ । ୨୦-୮-୧୮ରେ କନିଷ୍ଠ ଯନ୍ତ୍ରୀ ଜଣକ କେତେକ ଜୋରିମାନା ମଧ୍ୟ ପୈଠ କରିଥିଲେ । ଏବେ ୨୨-୭-୨୯ରେ ରବିନ୍ଦ୍ର ସାହୁ, ରାଜୀବ କୁମାର ପରିଡା, ମନୋଜ କୁମାର ପରିଡା, ନିବେଦିତା ପରିଡା ପ୍ରମୁଖ ନୂତନ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଅବଗତ କରାଇଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ପିଡିଡିଆର୍ଡିଏ ଏପରି ବଦଳି କରିଥିବା ଶୁଣିବାକୁ ମିଳୁଛି ।
ରିପୋର୍ଟ : ଭୂପତି କୁମାର ପରିଡା