

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ପାରଳାଖେମୁଣ୍ଡି ଓ ପୋଡ଼ସି ଆନ୍ଧ୍ରପ୍ରଦେଶ ପୁରୁଣାପଟଣା ମିଳିତ ଭାବେ ୧୮୧ ତମ ଫୋଟୋଗ୍ରାଫି ଦିବସ ପାଳନ କରିଛନ୍ତି । ପୁରୁଣାପଟଣା ଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ଏକ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ଫୋଟୋଗ୍ରାଫି ସଂଘ ତରଫରୁ ବୃକ୍ଷରୋପଣ କରିବା ସହ ଲେପର୍ସି ରୋଗୀମାନଙ୍କ ସେବା କରିଥିଲେ । ସନ୍ଧ୍ୟାରେ ବିଶ୍ୱନାଥ ସଭା ଗୃହ ଠାରେ ଏକ ସଭାର ଆୟୋଜନ କରିଥିଲେ । ଏହି ଅବସରରେ ସଂଘର ସଭାପତି ବିଶ୍ୱନାଥ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ କେମେରା ଉଦ୍ଭାବକ ଲେହିସେ ଡେଗୁରେଙ୍କ ଆଦର୍ଶରେ ଆମେ ସବୁ ଅନୁପ୍ରାଣିତ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁଜିତ ପ୍ରଧାନ କୋଷାଧ୍ୟକ୍ଷ ଶ୍ରୀନିବାସ ରାଓଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ୱ ଫୋଟୋଗ୍ରାଫର ଅଂଶ ଗ୍ରହଣ କରିଥଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

