୧୯ ବର୍ଷ ବିଜେଡି ଶାସନର ପିସି, ଲାଞ୍ଚ, ଦୁର୍ନୀତି, ଭ୍ରଷ୍ଟାଚାର ଓ ତୋଷାରପାତ ବିରୋଧରେ ରାଜ୍ୟ ବ୍ୟାପୀ ବ୍ଲକ ଘେରାଉ : ବିଜେପି

ଭୁବନେଶ୍ୱର ( ଆକାଶ ମିଶ୍ର ) – ଆଗାମୀ ଅକ୍ଟୋବର ୨୭, ୨୯ ଓ ୩୦ ତିନି ଧରି ସମସ୍ତ ୩୧୪ ବ୍ଲକରେ ଗଣତାନ୍ତ୍ରିକ ଉପାୟରେ ଘେରାଉ କରାଯିବ ବୋଲି ବିଜେପି ପକ୍ଷ୍ୟରୁ ଘୋଷଣା କରାଯାଇଛି । ୧୯ ବର୍ଷ ବିଜେଡି ଶାସନରେ ବ୍ୟାପକ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର ଓ ତୋଷାରପାତ ବିରୋଧରେ ଏଭଳି ଆନ୍ଦୋଳନ ହେବ ।ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି କି ଚିଟ୍ ଫଣ୍ଡ ମହାଦୁର୍ନୀତି, ଖଣି, ଡାଲି, ଚାରା, ବାଲିଘାଟ ଆଦି ଦୁର୍ନୀତିରେ ଓଡିଆ ଆଜି ନିଷ୍ପେସିତ । ସେହିପରି କୃଷିଋଣ ଜାଲିଆତି, ଧାନ କିଣାରେ ଚଂଚକତା କରି ସହାୟକ ମୂଲ୍ୟ ନଦେବା, ଇନପୁଟ ସବସିଡ୍ର ବାଟମାରଣା କରିବା ଓଡିଆ ଚାଷୀଙ୍କୁ ବାଧୁଛି । ଏହାର ବିରୋଧରେ ରାଜ୍ୟ ବ୍ୟାପି ସବୁ ବ୍ଲକରେ ଦଳର କର୍ମୀମାନେ ବିକ୍ଷୋଭ ପଦର୍ଶନୀ କରିବେ । ଆମ ଗାଁ ଆମ ବିକାଶରେ ଏବେ ସରକାରୀ ପାଣ୍ଠି ଦଲାଲ ଓ ଠିକାଦାରଙ୍କ ବିକାଶରେ ପରିଣତ ହୋଇଛି । ସେହିପରି ଗ୍ରାମସଭା, ପଲ୍ଲୀସଭା ସରପଂଚ ଓ ସମିତିସଭ୍ୟଙ୍କ ଅଧିକାର ଛଡାଇ ନେଇ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଚିଠାରେ ବଂଟାଯାଉଛି କାମ । ବିନା ଟେଣ୍ଡରରେ ହେଉଥିବା କାମର ଟଙ୍କାକୁ ବିଜେଡି ନେତା ଓ କର୍ମୀମାନେ ଖାଇଯାଉଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ସେ କହିଛନ୍ତି କି ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ନାଁ ସାର୍ବଜନୀନ ନକରି ଦଳୀୟ କର୍ମୀଙ୍କୁ ସରକାରୀ ଅର୍ଥର ଲାଭଦେଇ ଯୋଗ୍ୟ ହିତାଧିକାରୀଙ୍କୁ କରାଯାଉଛି ଅଣଦେଖା । ଦଳ ପକ୍ଷରୁ କୁହାଯାଇଛି ଯେ ୧୯ ବର୍ଷର ଦୀର୍ଘ ବିଜେଡି ସରକାରରେ ପିସିରେ ପେସି ହେଉଛନ୍ତି ସାଢେ ୪ କୋଟି ଓଡିଆ । ବିଜେଡିର ମନ୍ତ୍ରୀ, ସାଂସଦ, ବିଧାୟକ, ନେତା ଓ ଧନୀକର୍ମୀ ସାଧାରଣ ଓଡିଆଙ୍କ ଝାଳବୁଆ ଅର୍ଥର ଟିକସକୁ କରୁଛନ୍ତି ବାଟମାରଣା । ସାଧାରଣ ଲୋକଙ୍କ ପାଇଁ ଉଦିଷ୍ଟ ସରକାରୀ ଅର୍ଥକୁ ବ୍ୟଭିଚାର ଓ ଭ୍ରଷ୍ଟାଚାର ରାସ୍ତାରେ ଦଳର ଧନୀ ନେତା ଓ କର୍ମୀ ମାନଙ୍କ ପାଖରେ ପହଁଚାଇ ସେଥିରୁ ରାଜନୈତିକ ଲାଭ ଷଡଯନ୍ତ୍ରର ମୁଖ୍ୟ ଖଳନାୟକ ଖୋଦ ନବୀନ ପଟ୍ଟନାୟକ । ବିଜୁ ଯୁବ ବାହିନୀରେ କେଉଁ ଯୁବକ ମାନଙ୍କୁ ଚୟନ କରାଯାଇ ମାସିକ ଦରମା ଦିଆଯାଉଛି ? ସେମାନଙ୍କୁ ସ୍ୱଚ୍ଚ, ନିର୍ମଳ ପ୍ରକିୟାରେ ଚୟନ କରାଗଲା ନା ଦଳୀୟ ଆଧାରରେ ବଛାଗଲେ ସେମାନେ ? ସେହିପରି ଲକ୍ଷାଧିକ ପୁରୁଣା ସ୍ୱୟଂ ସହାୟିକା ଗୋଷ୍ଠିକୁ ବାଦ ଦେଇ ନୂଆ ଗୋଷ୍ଠି ଗଢି ଦଳୀୟ ଆଧାରରେ ଟଙ୍କା ବାଂଟିବାର ଷଡଯନ୍ତ୍ର କାହାର? ଗ୍ରୁପ ସଦସ୍ୟ ଚୟନ ପାଇଁ କାହଁକି ନାହିଁ କିଛି ନିୟମ କାନୁନ? ଦଳୀୟ ସ୍ୱାର୍ଥ ଆଗରେ ବଳିପଡିଛି ଓଡିଆ ମହିଳା ସଶକ୍ତିକରଣ ଯୋଜନା ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ବା ସ୍ୱଚ୍ଛଭାରତ ପାଇଖାନା ଅଥବା ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ମୋଟା ଲାଂଚ ନଦେଲେ ମିଳୁନି ଓାର୍କଅର୍ଡର । ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରି ସାରା ଦେଶରେ ସାଧାରଣ ଓଡିଆଙ୍କୁ ଉତମ ସ୍ୱାସ୍ଥ୍ୟସେବା ମିଳିବା ରାସ୍ତାରେ ନବୀନ ସରକାର ସାଜିଛି ପ୍ରତିବନ୍ଧକ । ଏହି ସମସ୍ତ ଅପାରଗତା ଏବଂ ଭ୍ରଷ୍ଟାଚାର ବିରୋଧରେ ବିଜେପି ସମସ୍ତ ବ୍ଲକକୁ ଘେରାଓ କରିବ ବୋଲି ଶ୍ରୀ ବକ୍ସିପାତ୍ର ସୂଚନା ଦେଇଛନ୍ତି ।