୧୯ ସେପ୍ଟେମ୍ବରରେ ଅଭିଭାବକ ମାନଙ୍କ ବିଧାନସଭା ଅଭିଯାନ

ଭୁବନେଶ୍ୱର – ଆସନ୍ତା ସେପ୍ଟେମ୍ବର ୧୯ତାରିଖରେ ଓଡ଼ିଶା ପ୍ୟାରେଂଟ ଆସୋସିଏସନ୍ସ ଅଫ ଫୋରମ୍ (ଓପାଫ) ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକ ଶୋଷଣରୁ ମୁକ୍ତିପାଇଁ ଓ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ଅଭିଭାବକମାନଙ୍କ ବିଧାନସଭା ଘେରାଉ ଡାକରା ଦିଆଯାଇଛି  । ପ୍ରକାଶଥାଉକି, ଘରୋଇ ବିଦ୍ୟାଳୟମାନଙ୍କର ମନୋମୁଖୀ ଶୋଷଣରେ ଅତିଷ୍ଠ ହୋଇ ଅଭିଭାବକମାନେ ଏହି ବିଦ୍ୟାଳୟଗୁଡ଼ିକୁ ନିୟନ୍ତ୍ରଣ  ପାଇଁ ଏକ ‘ରେଗୁଲେସନ୍ ଆକ୍ଟ’ ପ୍ରଣୟନ ପାଇଁ ବହୁଦିନ ହେଲା ଦାବି କରିଆସୁଛନ୍ତି  । କିନ୍ତୁୁ ସରକାର ଏମାନଙ୍କ ପ୍ରତି ସଦୟ ହେବା ପରିବର୍ତେ ଟାଳଟୁଳ ନୀତି ଅବଲମ୍ବନ କରି ଏଫ.ଆର.ସି.  ଗଠନ କରି ଅଭିଭାବକମାନଙ୍କୁ ଭୁଆଁ ବୁଲାଇଚାଲିଛନ୍ତି  । ତେଣୁ ସରକାରଙ୍କ ନିକଟରେ ଅଭିଭାବକମାନଙ୍କର ଦାବି ପୁରଣ କରିବା ପାଇଁ ଓପାଫ ତରଫରୁ ବିଧାନସଭା ଘେରାଉ ଡାକରା ଦିଆଯାଇଛି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି  । ଏଣୁ ଆସନ୍ତା ୧୯ତାରିଖ ବୁଧବାର ସକାଳ ୧୦ ଘଟିକା ସମୟରେ ମାଷ୍ଟରକ୍ୟାନଟିନ୍ ଛକ, କଂଗ୍ରେସ ଭବନ ସମ୍ମୁଖରେ ସମସ୍ତ ଅଭିଭାବକମାନେ ଉପସ୍ଥିତ ହୋଇ ଏହି ଅଭିଯାନରେ ଯୋଗଦେବାପାଇଁ ଓପାଫ ତରଫରୁ ନିବେଦନ କରାଯାଇଛି  ।