୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

ବୌଦ୍ଧ(ସମୃଦ୍ଧଓଡିଶା)ବୌଦ୍ଧ ଜିଲ୍ଲାରେ ବହୁଳ ପରିମାଣରେ ଗଞ୍ଜାଇ କାରବାର ହେଉଥିବା ଅଭିଯୋଗ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ଏବେ ତତ୍ପର ହୋଇ ଉଠିଛି। ଗଞ୍ଜାଇ ମାଫିଆ ମାନେ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ହେଉ କିମ୍ବା ଅବକାରୀ କର୍ମଚାରୀମାନେ ତତକ୍ଷଣାତ ଚଢ଼ାଉ କରୁଛନ୍ତି । ଖବର ଅନୁଯାଇ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚଳାଇ ଥିବା ମାଫିଆ ମାନଙ୍କୁ ଅବକାରୀ ବିଭାଗ ଠିକ୍‌ ସେଇ ସମୟରେ ଚଢାଉ କରି ଧରିଛି । ପୋଲିସ ଗାଡ଼ିକୁ ଦେଖି ଜଙ୍ଗଲ ଭିତରେ କୋଟି କୋଟି ଟଙ୍କାର ଗଞ୍ଜେଇ ଛାଡ଼ି ଡିଆଁମାରି ଥିଲେ ମାଫିଆମାନେ । ବୌଦ୍ଧ ଜିଲ୍ଲା ବଘିଆପଡ଼ା ପାଣ୍ଡି ଅନ୍ତର୍ଗତ ଆଙ୍କୁନ ଓ ସାନବବଡ଼ା ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇଥିଲେ ବୌଦ୍ଧ ଅବକାରୀ ବିଭାଗ। ସୂଚନାକୁ ଭିତ୍ତିକରି ଅବକାରୀ ବିଭାଗ ସେଠାରେ ପହଞ୍ଚି ଅତର୍କିତ ଭାବେ ଚଢ଼ାଉ କରିଥିଲା। ହେଲେ ଅବକାରୀ ପୋଲିସ ଉଭୟ ଆଙ୍କୁନ ଗାଁ ନିକଟସ୍ଥ ଜଙ୍ଗଲରୁ ୫ କୁଇଣ୍ଟାଲ ୧୫ କିଲୋ ଓ ସାନବବଡ଼ା ନକଟସ୍ଥ ଜଙ୍ଗଲରୁ ୫ କୁଇଣ୍ଟାଲ ୬୦ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇଟି ବାଇକକୁ ଜବତ କରିଛି।

ରିପୋର୍ଟ : ଟୁକୁ ବେହେରା