୨୦୧୭ର କ୍ଷତିପୂରଣ ଅଦ୍ୟାବଧି ପାଇନାହାନ୍ତି ଚାଷୀ:ଚାଷୀଙ୍କୁ କ୍ଷତିପୂରଣ ଦେବାରେ ରାଜ୍ୟ ସରକାର ବିଫଳ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଚାଷିଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ରାଜ୍ୟସରକାର ବିଫଳ ହୋଇଛନ୍ତିି ବୋଲି ଓଡିଶା ଚାଷି ସୁରକ୍ଷା ଅଭିଯାନର ଆବାହକରବି ରଥ ପ୍ରକାଶ କରିଛନ୍ତି। ବୁଧବାର ସ୍ଥାନୀୟ ଲଙ୍ଗଳେଶ୍ୱର କୃଷକ ସଂଘ ପକ୍ଷରୁଚାଷିଙ୍କୁ କ୍ଷତି ପୁରଣ ଦେବା ଦାବୀ ନେଇ ଆୟୋଜିତ ଚାଷି ସମାବେଶରେ ରଥଉପରୋକ୍ତ ମନ୍ତବ୍ୟ ଦେବା ସହ ୧୯୯୦ ମସିହାରୁ ଅଦ୍ୟାବଧି ଜିଲାରେ ୨୫ଥରରୁ ଉଦ୍ଧ୍ୱର୍ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଚାଷିଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେଚାଷିଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣାପାଇଁ ଦାବୀ କରିଥିଲେ। ସଂଘର ସଭାପତି ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ଚାଷି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିବା ସହ ତହସିଲଦାର ନରେସ କୁମାର ସିଂ ବରିହାଙ୍କୁ ୨୦୧୭ଅଦିନିଆ ବର୍ଷା ବେଳେ ଚକଡା ପୋକ ଦ୍ୱାରା କ୍ଷତିଗ୍ରସ୍ତ ଚାଷିଙ୍କୁ କ୍ଷତିପୁରଣ ଦେବାକୁଦାବୀ କରିଥିଲେ। ତହସିଲଦାର ବରିହା ଦାବୀପତ୍ର ଗ୍ରହଣ କରି କହିଥିଲେ ପୋଲସରାବ୍ଲକକୁ ୬ କୋଟି ୨୩ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ମିଳିଥିଲା । ବର୍ତ୍ତମାନକୋଟି ୯୩ ଲକ୍ଷ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ୧ କୋଟି ୨୩ଲକ୍ଷ ଟଙ୍କା ବଳକା ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେରଘୁନାଥ ପଣ୍ଡା, ପ୍ରଦୀପ କୁମାର ଦାସ, ଶଙ୍କର୍ଷଣ ଡାକୁଆ, ବିଜୟ କୁମାର ସାହୁପ୍ରମୁଖ ଅଂଶଗ୍ରହଣ କରି ବକ୍ତବ୍ୟ ଦେଇଥିଲେ।

ରିପୋର୍ଟ:ରବି ରଥ