୨୦ ଦଫା ଦାବିରେ କରୋନା ଲାଗି ସିପିଏମ୍‌ର ପ୍ଲା କାର୍ଡ ଓ ଶୋଭାଯାତ୍ରା : ବିଡିଓଙ୍କୁ ହସ୍ତାନ୍ତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ସିପିଏମ୍ ପକ୍ଷରୁ କରୋନାର ପ୍ରତ୍ୟକ୍ଷ ଓ ପରୋକ୍ଷ ସମସ୍ୟାର ସମାଧାନ ଲାଗି ସିପିଏମ୍ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ପ୍ଲକ କାର୍ଡ ଶୋଭାଯାତ୍ରା ଷ୍ଟେସନ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ପରେ ୨୦ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ହସ୍ତାନ୍ତର କରିଛନ୍ତି । ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସ) ଓଡିଶା ରାଜ୍ୟ କମିଟି ଜଳେଶ୍ୱର ଶାଖା ପକ୍ଷରୁ କୋଭିଦ-୧୯ର ମୁକାବିଲା ଲାଗି ଘୋଷିତ ଲକ୍ ଡାଉନ୍ ଯୋଗୁଁ ରାଜ୍ୟରେ କୋଟି କୋଟି ଲୋକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବାରୁ ଏହାର ସମାଧାନ ଲାଗି ୨୦ଦକ୍ଷା ଦାବୀ ଓ ପ୍ରସ୍ତାବ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କୋଭିଦ -୧୯ର ସମସ୍ତ କାର୍ଯ୍ୟାବଳି ଲାଗି ଏକ ଶ୍ୱେତପତ୍ର ପ୍ରକାଶ କରିବା ସହିତ ସର୍ବଦଳୀୟ ବୈଠକ ଆହ୍ୱାନ କରାଯିବା ତଥା ବିଶେଷଜ୍ଞ ମାନଙ୍କୁ ନେଇ ଏକ କମିଟି ଗଠନ କରିବାର ପ୍ରସ୍ତାବ ରଖିଛି ସିପିଏ୍ । ରେସନ୍‌କାର୍ଡକୁ ଗୁରୁତ୍ୱ ନ ଦେଇ ଏଫସିଆଇ ପାଖରେ ମହଜୁଦ ଥିବା ୭କୋଟି ୭ଲକ୍ଷ ଟନ୍ ଖାଦ୍ୟ ଶସ୍ୟକୁ ମୁଣ୍ଡପିଛା ୧୦କି.ଗ୍ରା ହିସାବରେ ୬ମାସ ପର୍ଯ୍ୟନ୍ତ ବଣ୍ଟନ କରାଯାଉ । ମାଗଣା ଖାଦ୍ୟ ଓ ନଗଦ ରାଶି ଟ୍ରାନ୍ସଫର ହେଉଛି ଜାତୀୟ ଉତ୍ପାଦନ (ଜିଡିପି)ର ଶତକଡା ୩ଭାଗ । ଗରିବ ପରିବାରକୁ ମାସିକ ୭ହଜାର ୫ଶହ ଟଙ୍କା ସହାୟତା ଦେବା, କୃଷକକଙ୍କୁ କୃଷି ଋଣ ଛାଡ, ଖରିଫ ଫସଲ ପାଇଁ ସାର ଓ କୀଟ ନାସକ ଉପରେ ରିହାତି, ଲକ୍‌ଡାଉନ୍ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୁରଣ, ମନରେଖା ଯୋଜନାରେ ୨ଶହ ଦିନ କାମ ଯୋଗାଇବା, ଧାନର ସହାୟକ ମୂଲ୍ୟରେ ସମସ୍ତ ଧାନ କିଣିବି, ଶିତଳ ଭଣ୍ଡାର ନିର୍ମାଣ, ଗାଈ, କୁକୁଡା, ମାଛ, ଛେଳି ଓ ପାନଚାଷୀଙ୍କୁ ସବ୍‌ସିଡ ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପରିମାଣ ୧୮ହଜାର କୁ ବୃଦ୍ଧି କରିବା, କାଳିଆ ଯୋଜନାର ଅର୍ଥ ଚାଷୀଙ୍କୁ ପ୍ରଦାନ, ଅତି କ୍ଷଦ୍ର, ମଧ୍ୟମ କୁଟିର ଶିଳ୍ପକୁ ସହାୟତା ଯୋଗାଇବା, ଲକ୍‌ଡାଉନ୍‌ଥ ସମୟରେ ସମସ୍ତ ଶ୍ରମିକଙ୍କୁ ତାଙ୍କ ପ୍ରାପ୍ୟ ଦେବା, ନିର୍ମାଣ ଶ୍ରମିକଙ୍କୁ ମାସିକ ୫ହଜାର ଲେଖାଏଁ ୬ମାସ ପ୍ରଦାନ କରିବା, ସହରାଞ୍ଚଳ ଛୋଟ ବ୍ୟବସାୟୀ ଓ ଠେଲାଗାଡିଙ୍କୁ ସହାୟତା ଦେବା, ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଟିକଟର ଅର୍ଥ ଦେଇ ଫେରାଇ ଆଣିବା । ସଂଗ ନିରୋଧ କେନ୍ଦ୍ରରେ ଖାଦ୍ୟ ପେୟର ବ୍ୟବସ୍ଥା, ଛାତ୍ର ଛାତ୍ରୀଙ୍କ ଏଡିମିସନ ଫି ଓ ଟ୍ୟୁସନ ଫି ଛାଡ କରିବା, ଅନଲାଇନ୍‌ରେ ଶିକ୍ଷାଦାନ ଲାଗି ସ୍ୱତନ୍ତ୍ର ଚେନାଲ ବ୍ୟବସ୍ଥା କରିବା ଇତ୍ୟାଦି ଦାବି ନେଇ ଆଜି ସିପିଏମ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଦିପ୍ତିରଂଜନ ସେଠୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ନିଖିଳ ଓଡିଶା ମହିଳା ସମିତିର ସଭାନେତ୍ରୀ ତାପସୀ ପ୍ରହରାଜ, ଦିଲ୍ଲିପ ଗିରି, ଦିପ୍ତିମାନ ଆଚାର୍ଯ୍ୟ, ସୀତାଂଶୁ ସେନାପତି, ଦିଲ୍ଲିପ ପରିଡା, ଆଡଭୋକେଟ ଜିତଂଶୁ ନନ୍ଦି, ଜୀବନ ପରିଡା, ସେକ୍ ସୀତାରୁଦ୍ଦିନ, ଗଣେଶ ପାତ୍ର, ରାଜକୁମାର ଆଚାର୍ଯ୍ୟ, ଗଣେଶ ଭୂୟାଁ, ସବିତା ଭୂୟାଁ, ଲକ୍ଷ୍ମୀଧର ପଲାଇ, ସେକ୍ ଜମିରୁଦ୍ଦିନ, ସେକ୍ ନଜିରୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା