

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସୀପାଲଟି ବର୍ଷା ପାଣିରେ ବୁଡି ଯାଇଥିବାରୁ ବହୁ ଦୋକାନ ମଧ୍ୟାରେ ପାଣି ପଶିଯାଇଛି । ଫଳରେ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଘଟଣାରୁ ପ୍ରକାଶ ଗତ ୨୪ ଘଣ୍ଟା ମଧ୍ୟାରେ ଜଳେଶ୍ୱର ଅଂଚଳରେ ୨୨୦ ମିମି ବର୍ଷା ହୋଇଥିବା କୃଷି ବିଭାଗ ପକ୍ଷରୁ ଜଣାଯାଇଛି । ସହରର ବହୁ ସ୍ଥାନରେ ପାଣିନିଷ୍କାସନ ଡ୍ରେନ୍ ଗୁଡିକ ଜବର ଦଖଲ ଥିବାରୁ ପାଣି ନିଷ୍କାସନ ହୋଇ ପାରିନାହିଁ । ଫଳରେ ଦୋକାନ ଗୃହ ଓ ଲୋକଙ୍କ ଘରକୁ ପାଣି ପଶି ଯାଇଥିବାରୁ ଦୋକାନ ମଧ୍ୟରେ ବହୁ ଜିନିଷପତ୍ର ନଷ୍ଟ ହୋଇ ଯାଇଛି । ଏପରିକି ଏକ ଏଟିଏମ୍ ମଧ୍ୟରେ ପାଣି ପଶିଯିବାରୁ ଗ୍ରାହକ ସେବାରୁ ବଂଚିତ ହୋଇଛନ୍ତି । ଷ୍ଟେସନବଜାର ଠାରୁ ବଡବଜାର ପୋଲ ପର୍ଯ୍ୟନ୍ତ ବହୁ ଦୋକାନରେ ପାଣି ପଶିଥିଲା । ଥାନା ବଜାର ନିକଟରେ ପାତାଞ୍ଜଳି ଆରୋଗ୍ୟ ନିକେତନ, ଶ୍ରୀକ୍ଷେତ୍ର ଲୁଗା ଦୋକାନ, ଶାଢି ମହଲ, ସ୍ୱସ୍ତମ ସେଲ୍ସ ଓ କେତେକ ବଡ ବଡ ଗ୍ରୋସରୀ ଦୋକାନରେ ପାଣି ପଶି ବହୁ ରାସନ ସାମଗ୍ରୀ ନଷ୍ଟ ହୋଇ ଯାଇଛି । ପୌରପାଳ ଅଜୟ ମହାପାତ୍ରଙ୍କ ତତ୍ୱାବଧାନରେ ୱାର୍ଡ ନଂ ୧, ୨, ୩, ଓ ୧୨ରୁ ଜେସିବି ଦ୍ୱାରା ନାଳ ଖୋଳାଯାଇ ପାଣିନିଷ୍କାସନ କରାଯାଇଥିବା ବେଳେ ୪, ୫, ୬, ୭, ୮, ୯, ୧୦, ୧୧, ୧୩ ୱାର୍ଡରେ ଲୋକମାନେ ପାଣିଘେରରେ ରହିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଭୂପତି ପରିଡା