୨୭,୨୮ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନସଂଘର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ବ୍ରହ୍ମପୁର ଗୋଷାଣୀ ନୂଆଗାଁସ୍ଥିତ ଶଙ୍କର ଭବନ ଠାରେ ଜିଲାସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାଅନୁଷ୍ଠିତ ହେବ ବୋଲି ସଂଘର ସଭାପତି କୁମୁଦ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ସଂଘର ଜିଲା କାର୍ଯ୍ୟାଳୟ ନବୀନ ଭବନ ଠାରେ ଜିଲା ଭାରୋତ୍ତୋଳନ ସଂଗଠନର ଏକ ବୈଠକ କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଭାରୋତ୍ତୋଳନ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତାରେବହୁ ଯୁବକ ଯୁବତୀଙ୍କୁ ଯେଭଳି ସାମିଲ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା । ଏହିପ୍ରତିଯୋଗିତାରେ ଗଞ୍ଜାମ ଜିଲାର ବିଭିନ୍ନ କ୍ଲବରୁ ଶତାଧିକ ଭାରୋତ୍ତୋଳନକାରୀ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମରହିଛି । ବୈଠକରେ ବୀର ହନୁମାନ କ୍ଲବ, ଶଙ୍କର ଫିଜିକାଲ, ଚାଚା ନେହେରୁ ଫିଜିକାଲ, ବ୍ରହ୍ମପୁର ସ୍ପୋର୍ଟସ୍‌ହଷ୍ଟେଲ, ବାଲୁଙ୍କେଶ୍ୱର ବ୍ୟାୟାମ କେନ୍ଦ୍ର, ଗ୍ରାମବିକାଶ, ମହାମାୟୀ ବ୍ୟାୟାମ କେନ୍ଦ୍ରର ପ୍ରତିନିଧିମାନେ ଯୋଗଦେଇଥିଲେ । ଜିଲାର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଜିଲା ସମ୍ପାଦକ ଗାଗାରିନ ନାୟକ, ବୟୋଜ୍ୟେଷ୍ଠ ପ୍ରଶିକ୍ଷକ ଭାସ୍କର ମହାନ୍ତି, ଉପସଭାପତି ଉଦୟ ନାଥ ସେଠୀ, କେ. କୁର୍ମା ରାଓ, ପ୍ରଦୀପସାହାଣୀ, ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଶିକ୍ଷକ ସୀତା ଜେନା, କପିଳ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷଶୂନ୍ୟଚନ୍ଦ୍ର ଦାଶ, ରମେଶ ସାହୁ, ପିଣ୍ଟୁ ମହାପାତ୍ର, ଆନନ୍ଦ ମହାଙ୍କୁଡ଼, ଅବସରପ୍ରାପ୍ତ ଜାତୀୟ କୋଚ୍‌ ପୂର୍ଣ୍ଣଚନ୍ଦ୍ରପଟ୍ଟନାୟକ, ଅନ୍ୟତମ ଉପଦେଷ୍ଟା ଇନ୍ଦିରାମଣି ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ବ୍ୟତୀତ ଆଗାମୀ ନଭେମ୍ବର ମାସରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଭାରୋତ୍ତୋଳନ ଆୟୋଜନ ସମ୍ପର୍କରେମଧ୍ୟ ଆଲୋଚନା ହୋଇଥିଲା । ଶେଷରେ ସମ୍ପାଦକ ଗାଗାରିନ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ରବି ରଥ