ନିମାପଡା(ସମୃଦ୍ଧଓଡିଶା)ନିମାପଡା ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ନିମାପଡାର ବାରବାଟୀ ପଡିଆରେ ଆସନ୍ତା ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ତାପସ ମେମୋରିଆଲ ୨୯ ତମ ନିମାପଡା କପ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆଜି ମଧ୍ୟାହ୍ନରେ ସ୍ଥାନୀୟ ଗ୍ରୀନଲାଣ୍ଡ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିମାପଡା ଆଥଲେଟିକ ଆସୋସିଏସନର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।ନିମାପଡା ଆଥଲେଟିକ ଆସୋସିଏସନର ସଭାପତି ତଥା ପୂର୍ବତନ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର, କଟକ,ବ୍ରହ୍ମପୁର,ଖୋର୍ଦ୍ଧା,ପାରାଦ୍ୱୀପ,ରାଉଲକେଲା ଓ ନିମାପଡା ସମେତ ଆଠଟି ବଛା ବଛା କ୍ରିକେଟ ଦଳ ଭାଗ ନେବେ।ଏହା ସମ୍ପୂର୍ଣ ନକ ଆଉଟରେ ଖେଳାଯିବ।ପ୍ରତେକ ମ୍ୟାଚ ତିରିଶ ଓଭର ବିଶିଷ୍ଟ ହେବା ସହିତ ଖେଳାଳି ମାନେ ଧଳା ପୋଷାକ ଓ ନାଲି ବଲରେ ଖେଳିବେ।ଉଦ୍ଘାଟନ ଉତ୍ସବ ଜାନୁଆରୀ ୫ ତାରିଖରେ ହେବାକୁ ଥିବା ବେଳେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୧୨ ତାରିଖରେ ଖେଳାଯିବ।ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଦଳକୁ ଟ୍ରଫି ସହ ୬୦ହଜାର ଟଙ୍କା ଉପବିଜେତା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ଉଦଯାପନୀ ଉତ୍ସବରେ ଜଣେ ସିନେ ତାରକାଙ୍କୁ ସାମିଲ କରିବାର ବ୍ୟବସ୍ଥା ରହିଛି।ଏହି ସମ୍ମିଳନୀ ରେ ସମ୍ପାଦକ ଜୀବନା ନନ୍ଦ ମହାପାତ୍ର,କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା,କ୍ରୀଡ଼ାବିତ ସତ୍ୟେନ୍ଦ୍ର ମୋହନ ମହାନ୍ତି,ନିର୍ମଳ ମିଶ୍ର,ଆୟୋଜକ ଅଭିନନ୍ଦନ ପାତ୍ର,ପୁର୍ଣ୍ଣ ଚନ୍ଦ୍ର ସାହୂ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ : ରଜତ ମହାପାତ୍ର