



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ଜୟପୁର ବିଧାୟକ ତାରାବାହିନୀ ପତିଙ୍କୁ ବ୍ରହ୍ମପୁର ସର୍କିଟ ହାଉସ ଠାରେ ବିଶାଳ ଜନସମାଗମରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ସେଠାରୁ ଏକ ବିଶାଳ ରାଲିରେ ବରିଷ୍ଠ ବିଧାୟକ ତାରାବାହିନୀ ପତିଙ୍କ ସମେତ ବିଧାୟକ ରମେଶ ଜେନାଙ୍କୁ ନେଇ ବ୍ରହ୍ମପୁର ସହର ପରିକ୍ରମା କରାଯାଇଛି । ଗାନ୍ଧିନଗରରେ ଥିବା କଂଗ୍ରେସ ଭବନରେ ବିଧାୟକ ତାରାବାହିନୀ ପତିଙ୍କ ଅଧ୍ୟକ୍ଷତାରେ ଏକ ବିରାଟ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ କଂଗ୍ରେସ କର୍ମୀ ମାନଙ୍କୁ ପୁନଃ ସଂଗଠିତ କରି ଆଗାମୀ ଦିନରେ ଜିଲ୍ଲାରେ କଂଗ୍ରେସକୁ କିଭଳି ଫେରାଇ ଆଣିପାରିବ ସେନେଇ ଆଲୋଚନା କରାଯାଇଥିଲା ।
ରିପୋର୍ଟ : ସୁମୀତ ପଟ୍ଟନାୟକ




