
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳରେ ସରକାରୀ ନିର୍ମାଣ ଲାଗି ବାଲି ମିଳୁନଥିବା ବେଳେ ବହୁଳଭାବରେ ସୁବର୍ଣ୍ଣରେଖାର ବାଲି ଚୋରାରେ ବିକ୍ରି ହୋଇ ଆସୁଛି । ଜଳେଶ୍ୱର ତହସିଲଦାର ଏ ସଂପର୍କରେ ଖବର ପାଇ ଛକି ରହିଥିଲେ । ପରେ ଓଆର୍୦୧କ୍ୟୁ-୪୧୮୨, ଓଆର୍୧୬ଡି-୩୬୭୯ ଦୁଇଟି ଡମ୍ପରକୁ ଜବତ୍ କରିଥିଲେ । ଏହା ଜଳେଶ୍ୱର ଥାନା ପରିସରରେ ରଖା ଯାଇଛି । ଆସନ୍ତାକାଲି ଏଗୁଡିକରୁ ଯୋରିମାନା ଆଦାୟ କରାଯିବ ବୋଲି ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି ।