୩ମାସ ହେଲା ବ୍ଲକ ଦୌଡୁଛନ୍ତି ଭିନ୍ନକ୍ଷମ ପିତା ମାତା କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ଆରୁହା ଗ୍ରାପର ବିରେନ୍ଦ୍ର ସିଂ ଓ ତାଙ୍କ ପତ୍ନୀ ଦୀର୍ଘ ୩ମାସ ହେଲା ନିଜର ୧୭ବର୍ଷୀୟା ଭିନ୍ନକ୍ଷମ କନ୍ୟାକୁ ଧରି ବ୍ଲକର ବିଭିନ୍ନ ଅଧିକାରୀ ନିକଟରେ କନ୍ୟାର ଆଧାରକାର୍ଡ ପାଇଁ ଗୁହାରୀ କରୁଥିଲେ ସୁଦ୍ଧା ପ୍ରଶାସନୀକ ଅବହେଳାରୁ ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଗତ ୨୦୦୨ ମସିହା ଏପ୍ରିଲ ମାସ ୫ ତାରିଖରେ ତାଙ୍କର ଏକ ଭିନ୍ନକ୍ଷମ କନ୍ୟା ଜନ୍ମ ହୋଇଥିଲା । ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ମଧ୍ୟ ଗୋଟିଏ ରେସନ୍କାର୍ଡ ଯୋଗାଇ ଦିଆଯାଇଥିଲା । ମାତ୍ର ଗତ ୩ ମସାଧରି ଭିନ୍ନକ୍ଷମ କନ୍ୟାର ଆଧାର କାର୍ଡ ପ୍ରଶାସନୀକ ଅବହେଳାରୁ ହୋଇ ପାରିନଥିବାରୁ ତାର ଚାଲଳ କଣ୍ଟ୍ରୋଲ ଦୋକାନୀ ଦେବାକୁ ମନା କରିଛି । ଫଳରେ ପ୍ରତ୍ୟେକଦିନ ନିତିମଜୁଦିଆରା ରୂପେ କାର୍ଯ୍ୟ କରୁଥିବା ବିରେନ୍ଦ୍ର ସିଂ ଦୁଃଶ୍ଚିନ୍ତାରେ ଦିନ କାଟୁଛନ୍ତି । ସେ ବ୍ଲକ ମାର୍କେଟିଂ ଇନିସ୍ପେକ୍ଟର ସାଗରିକା ରାଉତରାୟଙ୍କୁ ଏ ସଂପର୍କରେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ କି ନୂତନ ଆଧାରକାର୍ଡ ହୋଇ ପାରୁନାହିଁ । ତେଣୁ ଯଥାଶୀଘ୍ର ତାର ଭିନ୍ନକ୍ଷମ କନ୍ୟାର ଆଧାରକାର୍ଡ କରାଯିବା ପାଇଁ ଦମ୍ପତି ବିଡିଓଙ୍କ ନିକଟରେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା